ଭାରତ ଯୋଡ ଯାତ୍ରାକୁ ଛାଡି ଦିଲ୍ଲୀ ଫେରିବେ ରାହୁଲ

Spread the love

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାରୁ କିଛି ଦିନ ନେଉଛନ୍ତି ବିରତି। ଗୁରୁବାର କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିଜ କଥାରୁ ଓହରି ଯାଇଛନ୍ତି ସେ। ଗୁରୁବାର ସେ ଯାତ୍ରାକୁ ମଝିରେ ଛାଡି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ପ୍ରକାଶ, ଗୁରୁବାର ଦିନ ରାହୁଲ ଓ ଦଳର ସାଧାରଣ ସମ୍ପାଦନ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ଫେରୁଛନ୍ତି। ସେପ୍ଟେମ୍ବର ୨୪ ତାରିଖରେ ସେ ପୁଣି ଭାରତ ଯୋଡ ଯାତ୍ରାରେ ସାମିଲ ହେବେ।

ଦଳର ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୭ରେ ହେବ ଅଧ୍ୟକ୍ଷ ପଦର ନିର୍ବାଚନ ଓ ୧୯ରେ ବାହାରିବ ଫଳାଫଳ। ତେବେ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଜ୍ଞପ୍ତି ବାହାରିବା ପୂର୍ବରୁ ଗୁରୁବାର ପୂର୍ବାହ୍ନରେ ଦଳ ପକ୍ଷରୁ କୁହାଯାଇଥିଲା କି, ରାହୁଲ ନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସେ ମଧ୍ୟ ଭାରତ ଯୋଡ ଯାତ୍ରାକୁ ମଝିରେ ଛାଡି ଦିଲ୍ଲୀ ଯିବେ ନାହିଁ।

ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସୋନିଆ କହିଛନ୍ତି କି, ଦଳର ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ ଫ୍ରି ଓ ଫେୟାର ହେବ। ଏଥିରେ ଗାନ୍ଧୀ ପରିବାରର କେହି ଭାଗ ନେବେ ନାହିଁ। ଏହି ପଦ ପାଇଁ ନିର୍ବାଚନ ଲଢିବାକୁ ସମସ୍ତଙ୍କୁ ସୁଯୋଗ ଦିଆଯିବ ବୋଲି ସୋନିଆ କହିଥିଲେ। ସେପଟେ ବିଜ୍ଞପ୍ତି ବାହାରିବା ପରେ ରାହୁଲ ଭାରତ ଯୋଡ ଯାତ୍ରାକୁ ଅଧାରେ ଛାଡି ଦିଲ୍ଲୀ ଯାତ୍ରା କରୁଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *