ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ

ଯୁକ୍ତ ୨ ପରୀକ୍ଷା-୨୦୨୫ ରେଜଲ୍ଟ ବୁଧବାର ପ୍ରକାଶ ପାଇବ। ବୁଧବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ପୂର୍ବରୁସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ନେଇ ଗଣମାଧ୍ୟମକୁ ସୂଚନା ଦେବା ସହ ୱେବ୍ସାଇଟ୍ରେ ଏନେଇ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଥିଲା। ଏପ୍ରିଲ ୨ରୁ ଖାତା ଦେଖା ଆରମ୍ଭ ହୋଇ ମେ ୧ ତାରିଖ ମଧ୍ୟରେ ଶେଷ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *