ଭାରତୀୟ ହେବେ ବ୍ରିଟେନ ପ୍ରଧାନ ମନ୍ତ୍ରୀ!

Spread the love

ଲଣ୍ଡନ: ଅନେକ ଦେଶରେ ଭାରତୀୟ ବଂଶୋଦ୍ଭବ  ସେଠାରେ ଉଚ୍ଚ ପଦ ପଦବୀରେ ରହିବାର ନଜିର ରହିଛି । ବ୍ରିଟେନରେ ରାଜନୈତିକ ଅସ୍ଥିରତା, ଦଳ ଭିତରେ ବିଦ୍ରୋହ ପରେ ଅଡୁଆରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଭାରତୀୟ ବଂଶୋଭବ ରୁଷି ସୁନକଙ୍କ ସମେତ କଞ୍ଜରଭେଟିଭ୍ ପାର୍ଟିର ୧୪ ମନ୍ତ୍ରୀ ଦୁଇ ଦିନରେ ଇସ୍ତପା ଦେବା ପରେ ପ୍ରଧାନମନ୍ତ୍ରୀ ଆସନ ଛାଡିବାକୁ ଜନସନ ବାଧ୍ୟ ହୋଇଛନ୍ତି । ଏବେ ରୁଷିଙ୍କୁ ନେଇ ପୁରା ବିଶ୍ବରେ ଚର୍ଚ୍ଚା । କିଏ ଏହି ରୁଷି ସୁନକ? ତାଙ୍କୁ ନେଇ କଣ ଚର୍ଚ୍ଚା ହେଉଛି ଆସନ୍ତୁ ଜାଣିବା।

 ଜନସନଙ୍କ ଇସ୍ତପା ପରେ କଞ୍ଜରଭେଟିଭ୍ ପାର୍ଟିରୁ କିଏ ବସିବେ ବ୍ରଟିଶ୍ ପ୍ରଧାନମନ୍ତ୍ରୀ ପଦରେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି । ଏକାଧିକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ଏମାନଙ୍କ ମଧ୍ୟରେ ରଷି ସନକ ପିଏମ ଦୌଡରେ ସବୁଠୁ ଆଗରେ ଅଛନ୍ତି । ସନକ ଇନଫୋସିସ୍ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଜ୍ବାଇଁ । ରଷିଙ୍କ ବ୍ୟତିତ ପ୍ରଧାନମନ୍ତ୍ରୀ ଦୌଡରେ ପେନି ମୋରଡଣ୍ଟ, ବେନ୍ ୱାଲିସ୍, ସାଜିଦ୍ ଜାଭେଦ୍, ଲିଜ୍ ଟୁସ୍, ଏବଂ ଡୋମିନିକ୍ ପରାଜ୍ ଅଛନ୍ତି ।

ରଷି ସନକଙ୍କ ବାପା ମା ଭାରତୀୟ । ସେମାନେ ୬୦ ଦଶକରେ ବ୍ରିଟେନର ନାଗରିକତ୍ବ ଗ୍ରହଣ କରିଥିଲେ । ୧୯୮୦ ମେ ୧୨ରେ  ଜନ୍ମଗ୍ରହଣ କରିଥିଲେ ଋଷି। ବାପା ଡାକ୍ତର ଥିବା ବେଲେ ମା ଔଷଧ ଦୋକାନ ଚଳାଉଥିଲେ । ତିନି ଭାଇ ଭଉଣୀଙ୍କ ମଧ୍ୟରେ ରଷି ବଡ । ବୋରିସ ଜନସନଙ୍କ ସରକାରରେ ରଷିଙ୍କ ଲୋକପ୍ରିୟତା ବହୁତ ବଢିଥିଲା । କରୋନ ମହାମାରୀ ସମୟରେ ବ୍ରିଟେନକୁ ଆର୍ଥିକ ଦୁରାବସ୍ଥାରୁ ଉଦ୍ଧାର କରିବାକୁ ସେ ପୁରା ଦମ୍ ଲଗାଇଥିଲେ । ଏହି କାରଣରୁ ସେ ସବୁ ବର୍ଗର ଲୋକଙ୍କ ପ୍ରିୟ ହୋଇପାରିଥିଲେ । ମହାମାରୀରେ ମେରୁଦଣ୍ଡ ଭାଙ୍ଗିଯାଇଥିବା ପର୍ଯ୍ୟଟନ ଶିଳ୍ପକୁ ୧୦ ହଜାର କୋଟିର ପ୍ୟାକେଜ ଦେଇଥିଲେ । ଏହା ତାଙ୍କର ଲୋକପ୍ରିୟତାକୁ ବହୁତ ବଢାଇ ଦେଇଥିଲା ।

ନିକଟ ଅତୀତରେ ରଷି ଭାରତକୁ ନେଇ ବହୁତ ବଡ କଥା କହିଥିଲେ  । ତାଙ୍କ ମତରେ ଭାରତରେ ବହୁତ ସୁଯୋଗ ରହିଛି । ଏହା ସହ ଭାରତକୁ ଦୁର୍ବଳ ନ ଭାବିବାକୁ ଚେତାଇ ଦେଇଥିଲେ । କହିଥିଲେ କି,  ଭରତ ଦୃଷ୍ଟିରେ ଆମକୁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାକୁ ପଡିବ । ଏଥିପାଇଁ ଭାରତ ସହ ସମ୍ପର୍କରେ ସୁଧାର ଆଣିବା ଦରକାର। ତା ସହିତ କାମ କରିବାର ଆବ୍ୟଶକତା ରହିଥିବା ସେ କୁହନ୍ତି । ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସହଭାଗିତାର ଆବଶ୍ୟକତା ରହିଛି । ବ୍ରିଟେନ ଆସୁଥିବା ଭାରତୀୟଙ୍କ ପାଇଁ ଚାକିରି କେମିତି ସହଜ ହେବ ତା ଉପରେ ଆମକୁ ଋଷି ସର୍ବଦା ଫୋକସ କରିଥାନ୍ତି ।

 ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *