ଉପବାଚସ୍ପତି ନିଯୁକ୍ତି: କେନ୍ଦ୍ର ଓ ୫ ରାଜ୍ୟକୁ ଏସସିଙ୍କ ଜବାବ ତଲବ

Spread the love

ନୂଆଦିଲ୍ଲୀ: ଲୋକସଭା ଓ ୫ ରାଜ୍ୟର ବିଧାନସଭାରେ ଡେପୁଟି ସ୍ପିକର ନିଯୁକ୍ତି ସହ ଜଡିତ ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାମଲାର ପରୀକ୍ଷଣ କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଏଥିସହ କେନ୍ଦ୍ର, ଲୋକସଭା ସଚିବାଳୟ ଓ ପାଞ୍ଚ ରାଜ୍ୟର ବିଧାନସଭା ସଚିବାଳନୟକୁ ନୋଟିସ ଜାରି କରାଯାଇ ୨ ସପ୍ତାହ ମଧ୍ୟରେ ଜବାବ ମଗାଯାଇଛି।

ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏମ ନରସିଂହା ଓ ଜଷ୍ଟିସ ଜେ ବି ପାରଦିବାଲାଙ୍କ ଖଣ୍ଡପୀଠ ଆଟର୍ନି ଜେନେରାଲ ଆର ଭେଙ୍କଟରମଣୀଙ୍କୁ ମାମଲାରେ କୋର୍ଟଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି।

ଏକ ଜନହିତ ଯାଚିକା ମାଧ୍ୟମରେ ଲୋକସଭା ତଥା ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଝାରଖଣ୍ଡ ବିଧାନସଭାରେ ନିୟମ ଅନୁଯାୟୀ ଉପବାଚସ୍ପତି ପଦ ପାଇଁ ନିର୍ବାଚନ କରାଯାଇ ନାହିଁ। ସମ୍ବିଧାନରେ ବର୍ଣ୍ଣିତ ଉପ ବାଚସ୍ପତିର ସମ୍ବିଧାନିକ ପଦ ଖାଲି ରଖାଯାଇଛି। ଯାହାକୁ ଭରିବାକୁ କୋର୍ଟ କେନ୍ଦ୍ର ଓ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା।

ଯାଚିକାରେ ହରିଆଣା ବିଧାନସଭା ନିୟମାବଳିର ଉଦାହରଣ ଦିଆଯାଇ କୁହାଯାଇଛି କି, ସେଠାରେ ବିଧାନସଭା କାର୍ଯ୍ୟକାରୀ କ୍ରିୟାନ୍ବୟନ ନୟମାବଳିରେ ସ୍ପଷ୍ଟ ବ୍ୟବସ୍ଥା ରହିଛି କି, ସ୍ପିକରଙ୍କ ନିର୍ବାଚନର ୭ ଦିନ ଭିତରେ ଡେପୁଟି ସ୍ପିକରଙ୍କ ନିର୍ବାଚନ ଅନିର୍ବାର୍ଯ୍ୟ। ଏହି ପରି ନିୟମସଙ୍ଗତ ପରମ୍ପରା ଓ ବ୍ୟବସ୍ଥା ସମସ୍ତ ରାଜ୍ୟ ଓ ଲୋକସଭାରେ ବି ହେବା ଦରକାର।

Leave a Reply

Your email address will not be published. Required fields are marked *