ଏପ୍ରିଲ ୩ ଯାଏ ନ୍ୟାୟିକ ହାଜତରେ ରହିବେ ସିସୋଦିଆ

Spread the love

ନୂଆଦିଲ୍ଲୀ: ଥମୁନି ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ସୋମବାର ଦିନ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମନୀଷଙ୍କ ନ୍ୟାୟିକ ହାଜତ ମିଆଦକୁ ୧୪ ଦିନ ପାଇଁ ବଢାଇ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତିକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ଇଡି ହାଜତରେ ଥିବା ବେଳେ ଆଜି ତାଙ୍କୁ ଭର୍ଚୁଆଲ ମୋଡରେ କୋର୍ଟରେ ହାଜର କରାଯାଇଥିଲା।

ସ୍ବତନ୍ତ୍ର ବିଚାରପତି ଏମ କେ ନାଗପାଳଙ୍କ ନିକଟରେ ଇଡି ସିସୋଦିଆଙ୍କୁ ଭର୍ଚୁଆଲ ମୋଡରେ କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ କରିଥିଲା। କୋର୍ଟ ସିସୋଦିଆଙ୍କୁ ୩ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ନ୍ୟାୟକ ହାଜତକୁ ପଠାଇଦେଇଛନ୍ତି।  ସେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ। ସେପଟେ ତାଙ୍କ ଜାମିନ ଆବେଦନ ଉପରେ ମର୍ଚ୍ଚ ୨୧ରେ ହେବ ଶୁଣାଣି।

ସିସୋଦିଆ ଟ୍ରାଏଲ କୋର୍ଟରେ ତାଙ୍କ ଜାମିନ ଆବେଦନ ଦାୟର କରି ଏଥିରେ କହିଛନ୍ତି କି, ପୂର୍ବରୁ ହିଁ ସବୁ କିଛି ତାଙ୍କ ନିକଟରୁ ନିଆଯାଇସାରିଛି। ଏବେ ତାଙ୍କୁ ହାଜତରେ ରଖିଲେ କୌଣସି ଫଳ ମିଳିବ ନାହିଁ। ଏଥିସହ ସିସୋଦିଆ କୋର୍ଟଙ୍କୁ ଜଣାଇଥିଲେ କି, ଯେତେବେଳେ ସିବିଆଇ ତାଙ୍କୁ ଡକାଇଥିଲା ସେ ଯାଞ୍ଚରେ ସାମିଲ ହୋଇଥିଲେ। ଏହି ମାମଲାରେ ଅନ୍ୟ ଯେଉଁମାନେ ଗିରଫ ହୋଇଥିଲେ, ସେମାନଙ୍କୁ ଜାମିନ ମିଳି ସାରିଛି। ଆହୁରି କହିଥିଲେ କି, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ପଦ ଏକ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନିକ ପଦ ଓ ଏହାର ଜଡ ସମାଜର ଗଭୀରତା ପର୍ଯ୍ୟନ୍ତ ଲମ୍ବିଛି।

Leave a Reply

Your email address will not be published. Required fields are marked *