ସୋରେନ କ୍ୟାବିନେଟରେ ୨୫ ପ୍ରସ୍ତାବକୁ ମଞ୍ଜୁରୀ

Spread the love

ରାଞ୍ଚି: ଝାରଖଣ୍ଡରେ ଜାରି ରାଜନୈତିକ ସଂକଟ ମଧ୍ୟରେ ଗୁରୁବାର ସୋରେନ କ୍ୟାବିନେଟର ବୈଠକ ବସିଛି। ବୈଠକରେ ପୁରୁଣା ପେନସନ ସ୍କିମ ଲାଗୁ କରିବା ମଞ୍ଜୁରୀ ଦିଆଯାଇଛି। ଆଜି ଠାରୁ ହିଁ ନୂତନ ପେନସନ ସ୍କିମ ଲାଗୁ ହେବ।  ମୋଟ ୨୫ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦିଆଯାଇଛି।

ଆଜିର ବୈଠକ କାଳରେ ସେପ୍ଟେମ୍ବର ୫କୁ  ବିଧାନସଭାର ବିଶେଷ ଅଧିବେଶନ ଡକାଇଛନ୍ତି ସୋରେନ। ଶେଷରେ ସରକାର ପକ୍ଷରୁ କୁହାଯାଇଛି କି, ମୌସୁମୀ ଅଧିବେଶନର ଗୋଟିଏ ଦିନିଆ ବନ୍ଦ ରହିଥିଲା, ଯାହାକୁ ସେପ୍ଟେମ୍ବର ୫ରେ ପୂରା କରାଯିବ।

ଅନ୍ୟପଟେ ରାୟପୁରର ମେଁ ଫେୟାର ରିସୋର୍ଟରେ ରହିଥିବା ଝାରଖଣ୍ହ ବିଧାୟକ ପ୍ରେସ କନଫେରେନ୍ସ କରିଛନ୍ତି। ଏଥିରେ କଂଗ୍ରେସର ଦୁଇ ଓ ଜିଏମଏମର ୨ ବିଧାୟକଙ୍କ ସହ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାଜେଶ ଠାକୁର ରହିଥିଲେ। ପ୍ରେସ ମିଟରେ ଜେଏମଏମର ଷ୍ଟିଫନ ମାରାଣ୍ଡି ଓ ସୁଦିବ୍ୟ ସୋନୁ ତଥା କଂଗ୍ରେସର ଦୀପିକା ପାଣ୍ଡେ ଓ ଭୂଷଣ ବାଡା ଉପସ୍ଥିତ ଥିଲେ।

ସୋରେନଙ୍କ ଏହି ବିଶେଷ ଅଧିବେଶନକୁ ନେଇ କୁହାଯାଇଛି କି, ସୋରେନ ମଧ୍ୟ କେଜରିୱାଲ ସରକାର ପରି ନିଜ ହିଁ ବିଧାନସଭାରେ ବିଶ୍ବାସ ମତ ପାରିତ କରି ପାରନ୍ତି।

Leave a Reply

Your email address will not be published. Required fields are marked *