ବିଶ୍ବାସ ମତରେ ସୋରେନଙ୍କ ବିଜୟ

Spread the love

ରାଞ୍ଚି: ସୋମବାର ଝାରଖଣ୍ଡ ବିଧାନସଭାର ବିଶେଷ ଅଧିବେଶରେ ବିପକ୍ଷର ହୋହାଲ୍ଲା ମଧ୍ୟରେ ହେମନ୍ତ ସୋରେନ ସରକାର ବିଶ୍ବାସ ମତ ପାରିତ କରିଛି, ଯେଉଁଥିରେ ସରକାରକୁ ମିଳିଛି ବିଜୟ। ସୋରେନଙ୍କୁ ବିଶ୍ବାସ ମତରେ ୪୮ ଭୋଟ ମିଳିଛି, ଯେତେବେଳେ କି ମୋଟ ଭୋଟ ଥିଲା ୮୧।

ସୋମବାର ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଶ୍ବାସ ମତରେ ବିଜୟ ହାସଲ କରିଛନ୍ତି। ସୋରେନଙ୍କୁ ମିଳିଛି ୪୮ ଭୋଟ। ଭୋଟିଂ ଆରମ୍ଭ ହେବା ପରେ ବିପକ୍ଷ ଏଥିର ବ୍ୟାକ୍ ଆଉଟ କରିଥିଲେ। କିନ୍ତୁ ସୋରେନ ବିଧାନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପି ଉପରେ ଆଣିଥିଲେ ସଂଗୀନ ଅଭିଯୋଗ।

ବିଜେପି ନିର୍ବାଚନ ଜିତିବାକୁ ଦେଶରେ ଦଙ୍ଗାକୁ ଉସକାଇ ଗୃହ ଯୁଦ୍ଧ ପରି ସ୍ଥିତି ସୃଷ୍ଟି କରୁଥିବା କହିଛନ୍ତି। ସୋରେନ ଆହୁରି ଅଭିଯୋଗ କରିଛନ୍ତି କି, ଝାରଖଣ୍ଡରେ ସରକାର ଭାଙ୍ଗିବାକୁ ଜେଏମଏମ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରାଯାଇଛି।

ସୋମବାରର ବିଶେଷ ଅଧିବେଶନ ପୂର୍ବରୁ ସୋରେନ ବିଜେପି ଉପରେ ଆକ୍ରମଣ କରି କହିଥିଲେ କି, ଯେଉଁ ଜାଲ ଆମ ପାଇଁ ବିଛା ଯାଇଛି, ସେଥିରେ ବିଜେପିକୁ ଗୁଡେଇ ରାଜ୍ୟରୁ ବାହାର କରି ଦିଆଯିବ। ଝାରଖଣ୍ଡ ଲୋକଙ୍କ ଦ୍ବାରା ଗଠିତ ସରକାର  ଭାଙ୍ଗିବାକୁ ବିଜେପି ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି ସୋରେନ।

Leave a Reply

Your email address will not be published. Required fields are marked *