ନିଜକୁ ବଞ୍ଚାଇବାକୁ ସୋରେନଙ୍କ ରକ୍ଷାତ୍ମକ ପଦକ୍ଷେପ

Spread the love

ରାଞ୍ଚି: ଝାରଖଣ୍ଡରେ ରାଜନୈତିକ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ବିଧାୟକଙ୍କୁ ନେଇ ଛତିଶଗଡ ସ୍ଥାନାନ୍ତର କରୁଛନ୍ତି। ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ବୈଠକ ପାଇଁ ଡାକି ସେଠାରୁ ବସରେ ଛତିଶଗଡ ପଠାଉଥିବା ଅନୁମାନ କରାଯାଉଛି।

ଏହାରି ଭିତରେ ସୋରେନ ନିଜ ବିଧାୟକମାନଙ୍କୁ ନେଇ ତିନୋଟି ବୈଠକ ଡକାଇ ସାରିଲେଣି। ଆଜି ବୈଠକ ପରେ ସମସ୍ତ ବିଧାୟକଙ୍କୁ ଦୁଇଟି ବସରେ ଭରି କେଉଁ ଏକ ସୁରକ୍ଷିତ ସ୍ଥାନକୁ ପଠାଉଥିବା ଦେଖିବାକୁ ମିଳିଛି। ତେବେ ଛତିଗଡ ପଠାଯାଉଛି ବା ଏମିତି କୌଣସି ରାଜ୍ୟକୁ ପଠା ଯାଉଛି ଯେଉଁଠି ଏନଡିଏ ସରକାର ନୁହେଁ ୟୁପିଏ ଶାସନାଧୀନ ଥିବ।

 ବିଜେପିର ମିଶନ ଲୋଟସରେ ଭୟଭୀତ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ବିଧାୟକଙ୍କ ନିଖୋଜ ପରେ ସତର୍କ ରହିଛନ୍ତି ସୋରେନ। ନିଜ ବିଧାୟକଙ୍କ ଅପହରଣ ଭୟରେ ନିଜ ନାହଁ ସୋରେନଙ୍କୁ। ଗୋଟିଏ ପଟେ ଖଣି ଓ ମନି ଲଣ୍ଡରିଂ ମାମଲାରେ ବିଜେପି ତାଙ୍କୁ ଛନ୍ଦିବାକୁ ଆପ୍ରାଣ ଚେଷ୍ଟା କରୁଛି। ଅନ୍ୟପଟେ ବିଜେପିର ମିଶନ ଲୋଟସ।

ମନିଲଣ୍ଡରିଂ ଓ ଖଣି ଘୋଟାଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଫସିଛନ୍ତି। ତାଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ନିର୍ବାଚନ କମିଶନର ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ତେଣୁ ନିଜ ବିଧାୟକଙ୍କୁ ବିଜେପି ନଜରରୁ ରକ୍ଷା କରିବାକୁ ସୋରେନ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ। କାରଣ ଯଦି ବିରୋଧୀ ଫ୍ଲୋର ଟେଷ୍ଟ ସ୍ଥିତି କରନ୍ତି ତେବେ ନିଜ ବିଧାୟକ ନିଜ ଅକ୍ତିଆରରେ ଥିଲେ ହୁଏତ ସେ ବଞ୍ଚାଇପାରିବେ ନିଜ ସରକାର।

ପୂର୍ବରୁ କର୍ଣ୍ଣାଟକରୁ ଆରମ୍ଭ କରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ ଆଦି ରାଜ୍ୟରେ ସମାନ ଉପାୟରେ ବିଜେପି ସରକାରୀ ଦଳର ବିଧାୟକଙ୍କୁ ନିଜ ଅକ୍ତିଆରକୁ ନେଇ ସେମାନଙ୍କୁ ଟଙ୍କା ଓ ପଦବୀର ପ୍ରଲୋଭନ ଦେଖାଇ ହେଉ ବା ଦୁର୍ନୀତିର ଭୟ ଦେଖାଇ ସରକାର ବିରୋଧରେ ଠିଆହେବାକୁ ବାଧ୍ୟ କରିଛି। ବିଜେପିର ଏହି ଯୋଡ ତୋଡ ନୀତି ସହ ପରିଚିତ ସୋରେନ ବେଳ ଥାଉ ଥାଉ ନିଜ ସୁରକ୍ଷା ପାଇଁ ନେଇଛନ୍ତି ଆଗୁଆ ପଦକ୍ଷେପ।

ଏହାକୁ ନେଇ ସୋରେନ ଏକ ଟ୍ବିଟ କରି କହିଛନ୍ତି, ଆମେ ଆଦିବାସୀ ଲୋକ। ଆମ ପୂର୍ବଜ ବହୁ ପୂର୍ବରୁ ଆମ ମନରୁ ଡର ଭୟ ଦୂର କରିଦେଇଥିଲେ।  ଆମ ଆଦିବାସୀଙ୍କ ଡିଏନଏରେ ଡର ଭୟ ପାଇଁ କୌଣସି ଜାଗା ନାହିଁ। ସେ ଆହୁରି କହିଛନ୍ତି, ଲୋକତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ସରକାରକୁ ଅସ୍ଥିର କରିବାକୁ ସୈତାନ ଶକ୍ତି ଚେଷ୍ଟା କରୁଛି। କିନ୍ତୁ ସେ ନିଜ ଶେଷ ବୁନ୍ଦା ରକ୍ତ ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ।  

କଂଗ୍ରେସ ମଧ୍ୟ ହର୍ସ ଟ୍ରେଡିଂରୁ ନିଜକୁ ରକ୍ଷା କରିବାକୁ ତିନି ଜଣ ବିଧାୟକଙ୍କୁ ନିଲମ୍ବିତ କରିଦେଇଥିଲା।  ଏହି ବିଧାୟକମାନଙ୍କୁ ସେପ୍ଟେମ୍ବର ୧ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଯଦି ଏମାନେ ଫ୍ଲୋର ଟେଷ୍ଟ ଗଠବନ୍ଧନ ସପକ୍ଷରେ ଭୋଟ ନ ଦିଅନ୍ତି ତ ସେମାନଙ୍କ ବିଧାୟକ ପଦ ରଦ୍ଦ କରାଯିବ। ଆଜି ସଂଧ୍ୟାରେ ମଧ୍ୟ କଂଗ୍ରେସ ନିଜ ବିଧାୟକମାନଙ୍କୁ ନେଇ ବୈଠକ ଡକାଇଛି।

Leave a Reply

Your email address will not be published. Required fields are marked *