ରାକ୍ଷୀରେ ସୁଭଦ୍ରା ଯୋଜନାକୁ ନେଇ ତେଜିଛି ରାଜନୀତି

ରାକ୍ଷୀ ହେଉଛି ସୁରକ୍ଷାକୁ ନେଇ ସଂକଳ୍ପର ସେତୁ। ସମ୍ପର୍କ, ସୁଖ ଓ ସମୃଦ୍ଧି ସହ ରାକ୍ଷୀ ପୂର୍ଣ୍ଣିମା ଜୀବନରେ ମଧୁରତା ଆଣିଦେଉ ବୋଲି ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଭାଇ-ଭଉଣୀଙ୍କ ଭିତରେ ପ୍ରେମ ଓ ବିଶ୍ୱାସର ପର୍ବ ବୋଲି କହିଛନ୍ତି ରାଷ୍ଟ୍ରପତି। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ଅତିଥି ଭବନରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ହାତରୁ ରାକ୍ଷୀ ପିନ୍ଧିଛନ୍ତି। ରାକ୍ଷୀରେ ସୁଭଦ୍ରା ଯୋଜନାକୁ ନେଇ ତେଜିଛି ରାଜନୀତି। କୁଆଡ଼େ ଗଲା ଏସଓପି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ।

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ମହିଳା ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କଲେ ମହାମହିମ ରାଷ୍ଟ୍ରପତି। ସମାଜରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ ଲାଗି ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେପଟେ ଉପ-ରାଷ୍ଟ୍ରପତି ଧନକଡ଼ ରାକ୍ଷୀ ପୂର୍ଣ୍ଣିମାରେ ଶୁଭେଛା ଦେବା ସହ ମହିଳାଙ୍କ ଗରିମା ଓ ସମ୍ମାନ ରକ୍ଷା ଲାଗି ସୁସ୍ଥ ବାତାବରଣ ତିଆରିର ପ୍ରତିବଦ୍ଧତା ଜରୁରୀ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ସ୍କୁଲ ପିଲା ରାକ୍ଷୀ ବାନ୍ଧିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ, ସେଲଫି ନେବା ସହ ଗୋଟିଏ ଗଛ ମାଙ୍କ ନାଁରେ ଲେଖା ହୋଇଥିବା ରାକ୍ଷୀକୁ ବାନ୍ଧିଥିଲେ। ସମ୍ପର୍କ, ସୁଖ ଓ ସମୃଦ୍ଧି ସହ ରାକ୍ଷୀ ପୂର୍ଣ୍ଣିମା ଜୀବନରେ ମଧୁରତା ଆଣିଦେଉ ବୋଲି ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ଓଡ଼ିଶାରେ ରାଜ୍ୟ ଅତିଥି ଭବନରେ ରାଜ୍ୟସ୍ତରୀୟ ରକ୍ଷା ବନ୍ଧନ ଉତ୍ସବରେ ସାମିଲ୍ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୀପ ବନ୍ଦାଇ, ରାକ୍ଷୀ ବାନ୍ଧି, ମିଠା ଖୁଆଇ ମୁଖ୍ୟମନ୍ତ୍ରୀଙ୍କଠୁ ଉପହାର ଓ ଆଶୀର୍ବାଦ ନେଇଛନ୍ତି ଝିଅ, ମହିଳା ଓ କୁନିକୁନି ପିଲା। ଏହି ଭିଡ଼ରେ ପ୍ରଥମେ ମୋହନଙ୍କ ଭଉଣୀ ରାସମଣୀ ରାକ୍ଷୀ ପିନ୍ଧାଇଥିଲେ ଭାଇ ହାତରେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇଥିଲେ। ଏହି ଅବସରରେ ରାଜ୍ୟର ସମସ୍ତ ଭଉଣୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହ ସମସ୍ତଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ତାଙ୍କର ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଭଉଣୀଙ୍କ ଲାଗି ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର।  ସେପଟେ  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ନିବାସରେ ସ୍କୁଲ ପିଲା ଓ ମହିଳାଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି। ରକ୍ଷା ବନ୍ଧନରେ ଓଡ଼ିଶାବାସୀଙ୍କୁ ଶୁଭେଛା ଅଭିନନ୍ଦନ ଜଣାଇଛନ୍ତି ନବୀନ। କୁଆଡ଼େ ଗଲା ସୁଭଦ୍ରା ଏସଓପି ବୋଲି ପଚାରିଛନ୍ତି ବିରୋଧୀ। ଅଗଷ୍ଟ ୧୫ରେ ଏସଓପି ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ତୁରନ୍ତ ସୁଭଦ୍ରା ଏସଓପି ଆଣନ୍ତୁ। ନଚେତ କଂଗ୍ରେସ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବ ବୋଲି କହିଛନ୍ତି ବାହିନୀପତି।

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଦଳମତ ନିର୍ବିଶେଷରେ ସମସ୍ତଙ୍କର ଗୋଟିଏ ଆହ୍ୱାନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *