ପିଲାଙ୍କୁ ଫେରାଇ ଆଣିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

କିଟ୍ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସରକାର । କମିଟିରେ ସ୍ଥାନ ପାଇଲେ ୩ଟି ବିଭାଗର ସଚିବ ।ଉଚ୍ଚ ଶିକ୍ଷା ବିଭାଗର ସଚିବ ମଧ୍ୟ କମିଟିରେ ସ୍ଥାନିତ । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ଆଇନ ଅନୁସାେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ୍ୟାୟ ଦେବା ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ।

ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ କିଟ ରେ ଦୁର୍ଭାଗ୍ୟ ଜନକ ସ୍ଥିତ ଘଟିଛି । ସେ ଆମର ଅତିଥି ଛାତ୍ର ଛାତ୍ରୀ । ଏଭଳି ଏକ ଘଟଣା କିଟ ଭଳି ବେସରକାରୀ ବିଶ୍ୱ ବିଦ୍ୟାଳୟ ରେ ଘଟିଲା । ACS home ଙ୍କ ତତ୍ୱ ବଧାନ ରେ ନିରପେକ୍ଷ କମିଟି ଗଠନ କରାଯାଇଛି । ଜଣେ ମହିଳା ମଧ୍ୟ ଏହି କମିଟି ରେ ରହିବେ । କେଉଁ କାରଣ ରୁ ସାଇନ ଡାଏ କରାଗଲା । କାହିଁକି କଟକ ରେଲୱେ ଷ୍ଟେସନ ରେ ଛାଡିଲେ । ସେ ସମୟ ରେ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ପାଖକୁ କାହିଁକି ଆସିଲା ନାହିଁ । ଆମେ ସୁ ଚିନ୍ତିତ ମତାମତ ଦେଇଥାନ୍ତୁ । ସମ୍ବେଦନଶୀଳ ଭାବେ ପୋଲିସ ନଜର ରଖିଛି ।୧୦୦ ପାଖା ପାଖି ନେପାଳ ଛାତ୍ର ଛାତ୍ରୀ ଅଛନ୍ତି ଆହୁରି 800 ଛାତ୍ରଛାତ୍ରୀ ବହୁ ଜାଗାରେ ଅଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ବିଶ୍ୱ ବିଦ୍ୟାଳୟ କୁ ନିର୍ଦେଶ ଦିଆଯଇଛି । ଘଣ୍ଟା କୁ ଥରେ ରିପୋର୍ଟ ମଗା ଯାଉଛି । କାଉଁନସେଲିଂ ପାଇଁ ଟିମ ଗଠନ ହୋଇଛି | ପୂର୍ବ ସ୍ଥିତି ଫେରାଇ ଆଣିବାରେ ସାହାଯ୍ୟ ହେବ ।ଉପ ଜିଲ୍ଲାପାଳ ଙ୍କୁ ମୃତ ଛାତ୍ରୀ ଙ୍କ ପରିବାର ସହ ଅଛନ୍ତି । ADM ଙ୍କୁ କିଟ ପରିସରରେ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *