ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ଗୁରୁତ୍ୱପୁର୍ଣ୍ଣ ସୂଚନା । ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟ୍ଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ସେଠି ଚଢ଼ିବ ବୁଲଡୋଜର । ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା ଘର ଦିଆଯିବ । ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ, ତହସିଲଦାର ଏବଂ ବିଡ଼ିଓଙ୍କ ବୈଠକ ବସିବ । ହିତାଧିକାରୀଙ୍କୁ ପଟ୍ଟା ଏବଂ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ । ଏ ସରକାର ସମୟରେ ଜଣେ ହେଲେ ବି ଭୂମିହୀନ ରହିବେ ନାହିଁ । 70% ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ । ଡିସେମ୍ବର 30 ସୁଦ୍ଧା ସବୁ ସ୍କୁଲକୁ ଜମି ଦିଆଯିବ । ସବୁ ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବା ପାଇଁ, ରେଜିଷ୍ଟ୍ରେସନ ଅଫିସକୁ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ତା କରାଯାଇଛି । ଆଗାମୀ ଦିନରେ ଏଭଳି ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ ଆର ଆଈ ଅଫିସରେ ଲାଗିବ । ଅନ୍ୟପଯେ ଗୃହରେ ରାଜସ୍ବ ବିପର୍ଯୟ ପରିଚାଳନା ବିଭାଗର ପାରିତ ହୋଇଛି ଖର୍ଚ୍ଚ ଦାବି । 20 କୋଟି 22 ଲକ୍ଷ 53 ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହାସହ ଅନୁସୂଚିତ ଜାତି, ଜନଜାତି ବିଭାଗର ଖର୍ଚ୍ଚ ଦାବି ଗୃହରେ ପାରିତ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now