ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଲେ- କିଟ୍ ର ଅମାନବୀୟ ଆଚରଣ ଅତ୍ୟନ୍ତ ଦୁଃଖଦ, ନିନ୍ଦନୀୟ,ଵର୍ଵୋଚିତ। ସରକାରଙ୍କ ଆଡୁ ସଵୁ ପଦକ୍ଷେପ ନିଆଯାଉଛି।
ପିଲାଙ୍କୁ ଫେରାଇ ଆଣିବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। କ୍ୟାମ୍ପସକୁ ଫେରିଲେ ମିଡ୍ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯିବ। ଯାତାୟତ ଖର୍ଚ୍ଚ ସରକାର ବହନ କରିଵେ। କିଟ୍ ଆକ୍ରୋଶର ଯେମିତି ନେପାଳୀ ଛାତ୍ରଛାତ୍ରୀ ଶୀକାର ହେଵେନି। ସରକାର ଦାୟିତ୍ବ ନେଇଛନ୍ତି। ଆଜି ଅପରାହ୍ନ ୩ଟା ରେ କିଟ୍ ପ୍ରତିଷ୍ଠାତାଙ୍କ ସମେତ 8 ଜଣଙ୍କୁ ହାଜର ଲାଗି ନୋଟିସ ହୋଇଛି
ସେପଟେ କଟକ ବାଲିଯାତ୍ରା 2024 ରେ ମୋଟ 2438 ସଂଖ୍ୟକ ଷ୍ଟଲ୍ ଖୋଲିଥିଲା। ନିଲାମ ଆଧାର ରେ 1188 ଟି ଓ ସ୍ଥିରୀକୃତ ଦର ଆଧାରରେ 1250 ଟି ଷ୍ଟଲ୍ ଆବଣ୍ଟନ ହୋଇଥିଲା। ମୋଟ 6 କୋଟି 38 ଲକ୍ଷ 26 ହଜାର 446 ଟଙ୍କା ଆଦାୟ ହୋଇଛି। ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ଦିଆଯାଇଥିବା ତଥ୍ୟ ଆଧାରରେ ଗୃହରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର ଦୋଷ ଙ୍କ ପ୍ରଶ୍ନ ର ଉତ୍ତର ରଖିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ।

Naxatra News is now on Whatsapp
Join and get latest news update delivered to you via whatsapp
Join Now