ଲକ୍ଷ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ଶୋଷଣ କରୁଛି ଟାଟା ପାୱାର – କଂଗ୍ରେସ

Spread the love

ଭୁବନେଶ୍ୱର : ଓଡ଼ିଶାର ବିଦ୍ୟୁତ ବିତରଣ ଦାୟୀତ୍ୱରେ ଥିବା ଟାଟା ପାୱାର କମ୍ପାନୀ ଦୀର୍ଘ ବର୍ଷ ବର୍ଷ ଧରି ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ଶୋଷଣ କରିଚାଲିଛି । ଏକଥା ରାଜ୍ୟସରକାରଙ୍କର ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ଼କୋର ପଦାଧିକାରୀ, ଓଇଆରସିର ଚେୟାରମାନ୍ୟ ତଥା ସଦ୍ୟମାନଙ୍କୁ ଜଣାଥିଲେ ସୁଦ୍ଧା ସେମାନଙ୍କର ଦୀର୍ଘକାଳୀନ ମୌନବ୍ରତ ଟାଟା ପାୱାରକୁ ଅଧିକ ଶୋଷଣ କରିବାପାଇଁ ପ୍ରୋତ୍ସାହିତ କରିୁଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଗୁରୁତର ଅଭିଯୋଗ ବାଢ଼ିଛନ୍ତି ।

ଟାଟା ପାୱାର କମ୍ପାନୀକୁ ରାଜ୍ୟ ସରକାର ଓଡ଼ିଶାର ବିଦ୍ୟୁତ ବିତରଣ ଦାୟୀତ୍ୱ ଦେବାପୂର୍ବରୁ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ପ୍ରଥମ ୧୦୦ ୟୁନିଟ ପର୍ଯ୍ୟନ୍ତ ଏକ ସର୍ବନିମ୍ନ ୟୁନିଟ୍ପିଛାରେ ଲାଗୁ ହେଉଥିଲା । ଯାହାକି ସେତେବେଳେ ଟ.୨.୫୦ ପଇସା ଥିଲା । କିନ୍ତୁ ଟାଟା ପାୱାର ବିତରଣ ଦାୟୀତ୍ୱ ନେବାପରେ ପ୍ରଥମ ସ୍ଲାବ ଯାହକି ୧ ରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଥିଲା ତାହାକୁ କମାଇ ଦିଆଯାଇ ୧ରୁ ୫୦ ୟୁନିଟ ପର୍ଯନ୍ତ କରାଗଲା ଏବଂ ୟୁନିଟ ପିଛା ଦରବୃଦ୍ଧି ଟ. ୩.୫୦ ପଇସା କରାଗାଲା । ତଦ୍ୱାରା ଓଡ଼ିଶାର ଲକ୍ଷଲକ୍ଷ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଜନବିରୋଧି ନିଷ୍ପତି ଯୋଗୁଁ ଟାଟା ପାୱାର ଶୋଷଣ କରିଚାଲିଲା । ପ୍ରତମାସ ୩୦ ଦିନ ପରେ ମିଟର ରିଡିଂ କରିବା ପରିବର୍ତେ ଟାଟାପାୱାର ଜାଣିସୁଣି ୧୦ ଦିନ ବିଳମ୍ବରେ ମିଟର ରିଡିଂ କରୁଛନ୍ତି ଯଦ୍ୱାରା ଉପଭୋକ୍ତାମାନଙ୍କୁ ମିନିୟମ ସ୍ଲାବ ରେଟ ପରିବର୍ତେ ୫୦ରୁ୧୦୦ ୟୁନିଟ୍ ସ୍ଲାବର ଦର ଅନୁସାରେ ଆଦାୟ କରାଯାଉଛି । ଯଦ୍ୱାରକି ଟାଟା ପାୱାର ଓଡ଼ିଶାର ପ୍ରତି ମାସରେ ଶହ ଶହ କୋଟି ଟଙ୍କାର ମୁନାଫା କମାଉଛି । ଏକଥାକୁ ଖୋଦ ରାଜ୍ୟ ସରକାର ଓ ତାଙ୍କ ତଥାକଥିତ ଟ୍ରାନଫରମେସନ ବିଭାଗ ଜାଣିଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତେ ଏ ସମସ୍ତେ ଟାଟା ପାୱାର ଗୋଲାମଗିରି କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଅଭିଯୋଗ କରିଛନ୍ତି ।

ପଞ୍ଚାନନ କାନୁନଗୋ ବିଦ୍ୟୁତ ବିତରଣ ଓ ଦରଧାର୍ଯ୍ୟର ସ୍ୱଚ୍ଛତାକୁ ନେଇ ୫ଟି ଗୁରତ୍ୱପୂର୍ଣ୍ଣ ପ୍ରଶ୍ନ ସରକାରଙ୍କୁ ପଚାରିଛନ୍ତି । କାହା ସ୍ୱାର୍ଥରେ ସର୍ବନିମ୍ନ ୟୁନିଟ ୧୦୦ ପରିବର୍ତେ ୫୦କୁ କମାଇ ଦିଆଗଲା ଏହାର ଉତର ମନ୍ତ୍ରୀ ଉତର ଦେବେକି? ମିନିମମ ଫିକ୍ସ ଚାର୍ଜେସ କିଲୋୱାଟ ପ୍ରତି ଆଦାୟ କରାଯାଉଥିଲା ବେଳେ ପ୍ରକୃତରେ ଗ୍ରାହକ କମ କିଲୋୱାଟ ବିଦ୍ୟୁତ ଖର୍ଚ୍ଚ କରୁଥିଲା ବେଳେ ସରକାର ପ୍ରଥମରୁ ଦିଆଯାଇଥିବା ଡିମାଣ୍ଡ ଅନୁସାରେ ଆଦାୟ କରିବା ଏ ସରକାରଙ୍କ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ । ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲେ ମଧ୍ୟ କାହିଁକି ଏବଂ କେଉଁ କାରଣରୁ ଓଡ଼ିଶାର ବିଦ୍ୟୁତ ଦର ୟୁନିଟ ପିଛା ଏତେ ଅଧିକ କାହିଁକି?

ଓଡ଼ିଶାର ଚାଷୀଭାଇ ମାନଙ୍କୁ ତାଙ୍କର ସମସ୍ତ ବିଦ୍ୟୁତ ଦେୟ ଛାଡ଼ କରାଯିବାର ପ୍ରତିଶୃତି ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରି ହୋଇପାରିଲା ନାହିଁ ଏଥିପାଇଁ କ’ଣ କଂଗ୍ରେସ ଦାୟୀକି? ବିତରକ କମ୍ପାନୀ ପ୍ରୀତିରେ ରାଜ୍ୟ ସରକାର ଯେଉଁ ହଜାର ହଜାର କୋଟି ଟଙ୍କା ପୁଞ୍ଜି ଯୋଗାଇ ଦେଇଛନ୍ତି ତଦ୍ୱାରା ଆଜି ପର୍ଯ୍ୟନ୍ତ କେତେ ଯାଗାରେ ଟ୍ରାନ୍ସଫରମର, ଇଲେକ୍ଟ୍ରି ପୋଲ, ତାର ଇତ୍ୟାଦି ନୂଆ ଲଗାଯାଇଛି ତାର ହିସାବ ଦେବେକି? ଏ ସମସ୍ତ ଉତର ସରକାର ଜନସାଧାରଣଙ୍କ ସାମନାରେ ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *