ଟିଏମସି ମୁଖପାତ୍ର ପୁଣି ଗିରଫ

Spread the love

ନୂଆଦିଲ୍ଲୀ: ଟିଏମସିର ମୁଖପାତ୍ର ସାକେତ ଗୋଖଲେ ପୁଣି ଗିରଫ। ଗୁଜରାଟ ପୁଲିସ୍‌ ଗୁରୁବାର ବିଳମ୍ବିତ ରାତିରେ ସାକେତଙ୍କୁ ଦିଲ୍ଲୀରୁ ଗରିଫ କରିଛି। କ୍ରାଉଡଫଣ୍ଡିଂ ମାଧ୍ୟମରେ ସଂଗୃହିତ ଅର୍ଥକୁ ସେ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।  ଅହମଦାବାଦ ସାଇବର କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ସାକେତଙ୍କୁ ଗିରଫ କରି ଗୁଜୁରାଟ ନେଉଛି। ସେଠାରେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହା ପୂର୍ବରୁ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ସାଇବର ସେଲର କ୍ରାଇମବ୍ରାଞ୍ଚ ଡିସେମ୍ବର ୬ରେ ସାକେତଙ୍କୁ ଗିରଫ କରିଥିଲା। ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ପରେ ପ୍ରଧାନମନ୍ତ୍ରୀ ଗସ୍ତ କରିଥିବା ବେଳେ  ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଡିସେମ୍ବର ୧ରେ ତା’ର ମିଥ୍ୟା ଖବର ସାକେତ ଭାଇରାଲ କରିଥିଲେ।

ମୋଦିଙ୍କ ଗସ୍ତରେ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସାକେତ ଦାବି କରିଥିଲେ। ପରେ ସେ ଜାମିନରେ ବାହାରିଥିଲେ। ପୁଣି ୮ ତାରିଖରେ ମୋର୍ବି ପୁଲିସ ଗିରଫ କରିଥିବା ବେଳେ ୯ରେ ସେ ଜାମିନରେ ଆସିଥିଲେ।

Leave a Reply

Your email address will not be published. Required fields are marked *