ବଦଳି, ପୋଷ୍ଟିଂ ଉପରେ କେନ୍ଦ୍ର ଜାହିରକଲା  ନିଜ ହକ

Spread the love

ନୂଆଦିଲ୍ଲୀ: ଅଫିସରଙ୍କ ବଦଳି ଓ ପୋଷ୍ଟିଂର ଅଧିକାରକୁ ନେଇ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କୁ ନେଇ ଚାଲିଥିବା ବିବାଦର ଆଜି ତୃତୀୟ ଦିନ ଶୁଣାଣି ସମ୍ବିଧାନିକ ପୀଠରେ ହୋଇଛି। କେନ୍ଦ୍ର ଏହାକୁ ନିଜ ଅଧିକାର କହିଛି। ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟଙ୍କୁ ଜଣାଇଛନ୍ତି କି, ୟୁନିୟନ ସର୍ଭିସ, ୟୁନିୟନ ପବ୍ଲିକ ସର୍ଭିସ ଓ ୟୁନିୟନ ପବ୍ଲିକ ସର୍ଭିସ କମିଶନ ଅଲ ଇଣ୍ଡିଆ ସର୍ଭିସ ନିୟମ ଅନ୍ତର୍ଗତ ଆସୁଛି। ଏଠି ପ୍ରଶ୍ନ ରାଷ୍ଟ୍ରର ରାଜଧାନୀକୁ ନେଇ ଓ ଏହାର ପ୍ରଭାବ ଦୂର ପର୍ଯ୍ୟନ୍ତ ରହିବ। ଦିଲ୍ଲୀ ଏକ ଭିନ୍ନ ଉଦ୍ଦେଶ୍ୟକୁ ନେଇ ତିଆରି କରାଯାଇଥିଲା।

ସଲିସିଟର ଜେନେରାଲ ଆହୁରି କହିଥିଲେ କି, ଦିଲ୍ଲୀ ଏକ ଏମିତି ମହାନରୀୟ ଲଘୁ ଭାରତ, ଯାହା ଭାରତ ଭିତରେ ରହିଛି। ଐତିହାସିକ ପୃଷ୍ଠଭୂମିକୁ ଦେଖିଲେ ଦିଲ୍ଲୀରେ ଚିଫ କମିଶନର ବ୍ୟବସ୍ଥା ରହିଛି, ସଂଘୀୟ ରାଜ୍ୟ ନାହିଁ। ସମ୍ବିଧାନ ଲାଗୁ ହେବା ପୂର୍ବରୁ ସ୍ବାଧୀନତା ପୂର୍ବରୁ ସମ୍ବିଧାନ ସଭାରେ ଅନୁରୋଧ କରାଯାଇଥିଲା କି, ଦିଲ୍ଲୀର ବିଶେଷ ଭୂମିକା ରହିବା ଦରକାର। କାରଣ ଏହା ଦେଶର ରାଜଧାନୀ। ଦିଲ୍ଲୀ ପାର୍ଟ ସି ରାଜ୍ୟ ଅନ୍ତର୍ଗତ ଆସୁଛି। ଏହା ଏକ ସମ୍ପୂର୍ଣ୍ଣ ରାଜ୍ୟ ନୁହେଁ। ଏହା କେନ୍ଦ୍ର ଶାସିତ ଅଞ୍ଚଳର ବିସ୍ତାର। କିଛି ନିକଟରେ ବିଧାନମଣ୍ଡଳ ହୋଇପାରେ। କିଛିରେ ନାହିଁ। ହେଲେ ଅନ୍ତତଃ କେନ୍ଦ୍ରୀୟ ଶାସନର ପ୍ରଭୁତ୍ବ ଓ ନିୟନ୍ତ୍ରଣ ଆବଶ୍ୟକତା ରହିଛି। ସେହିପରି ଦିଲ୍ଲୀର ଏକ ବିଶିଷ୍ଠ ସ୍ଥିତି ରହିଛି,  ଯାହାକୁ ସବୁ ରାଜ୍ୟକୁ ଆନ୍ତରିକତା ଭାବନା ସୁନିଶ୍ଚିତ କରିବାକୁ ଅଛି।

ସୂଚନା ଯୋଗ୍ୟ, ଗୃହମନ୍ତ୍ରୀ ଦିଲ୍ଲୀ ପ୍ରସଙ୍ଗରେ କହିଥିଲେ କି, ଜାତୀୟ ରାଜଧାନୀ ଉପରେ କେନ୍ଦ୍ର ସରକାରର ପୂର୍ଣ୍ଣ ନିୟନ୍ତ୍ରଣ ହେବା ଦରକାର, ଏହା ୨୩୯ଏଏ ପୂର୍ବରୁ ଆସୁଛି। ଯଦି ଦିଲ୍ଲୀକୁ ଏକ ପୂର୍ଣ୍ଣ ରାଜ୍ୟ କରାଯାଏ ତେବେ କେନ୍ଦ୍ର ପାଇଁ ଲୋକ ବ୍ୟବସ୍ଥା, ଜନ ସ୍ବାସ୍ଥ୍ୟ, ବାଧ୍ୟତାମୂଳକ ସେବା ଆଦି ଉପରେ ନିୟନ୍ତ୍ରଣ ରକ୍ଷାକରିବା ଅସମ୍ଭବ ହବ। ଏହା ନିୟନ୍ତ୍ରଣର ପ୍ରସଙ୍ଗ ନୁହେଁ, ବରଂ ଭାରତର ସମ୍ବିଧାନିକ ବ୍ୟବସ୍ଥାର ପ୍ରସଙ୍ଗ ବୋଲି ଗୃହମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *