ସୈନିକ ସ୍କୁଲ ସ୍ଥାନାନ୍ତର  ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ

ସୈନିକ ସ୍କୁଲ ସ୍ଥାନାନ୍ତର  ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ ସହ ସାମିଲ ହେଲେ ସୈନିକ ସ୍କୁଲ ଅଭିଭାବକ ସଙ୍ଘ ଓ ସ୍ଥାନୀୟ ଜନସାଧାରଣ l

ଭୁବନେଶ୍ୱର ତା 22 ରିଖ l ଭୁବନେଶ୍ୱର ର ଗlଡ଼କଣ ଠାରେ ଓଡିଶା ତଥା ଭାରତ ର ଗର୍ବ ଗୌରବ ଭାବେ 1961 ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ସୈନିକ ସ୍କୁଲ ଦେଶର ସୁରକ୍ଷା ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରି ଆସୁଛି l ଦୀର୍ଘ 64  ବର୍ଷ ଧରି ଶହ ଶହ ପିଲା ସୈନ୍ୟ ବାହିନୀରେ ଯୋଗଦେଇ ଦେଶ ତଥା ରାଜ୍ୟର ଗର୍ବକୁ ଆଗକୁ ବଢ଼େଇଛନ୍ତି l ଏଠାରୁ ବହୁତ ଆଇ ଏ ଏସ, ଆଇ ପି ଏସ, ଆଇ ଏଫ ଏସ ତଥା ବହୁତ ରାଜନେତା ସୃଷ୍ଟି କରିବାର ଗୌରବ ବହନ କରି ଆସୁଛି ଏହି ଅନୁଷ୍ଠାନ l 1961 ରେ ଦେଶର ମାତ୍ର ପାଞ୍ଚଟି ସୈନିକ ସ୍କୁଲ ମଧ୍ୟରେ ଏହାର ଅନେକ ବିଶେଷତା ଥିଲା l ଓଡ଼ିଆ ଅସ୍ମିତାର ଏହି ଅନୁଷ୍ଠାନ ଏକ ଅନନ୍ୟ ପରିଚୟ l ବର୍ତମାନ ଭାରତ ବର୍ଷର ଉପରାଷ୍ଟ୍ରପତି ମଧ୍ୟ ଏହି ଅନୁଷ୍ଠାନର ଛାତ୍ର l ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟନାୟକ ଓଡିଶାର ପିଲାମାନେ କିପରି  ଗୁଣାତ୍ମକ ଶିକ୍ଷା ପ୍ରାପ୍ତି କରି ବରିଷ୍ଟ ସେନା ଅଧିକାରୀ ଭାବେ ସେନା ବାହିନୀରେ ଯୋଗ ଦେଇ ଦେଶର ସୁରକ୍ଷା ପାଇଁ ନିଜକୁ ନିୟୋଜିତ କରିବେ ସେଥିପାଇଁ ପ୍ରତିଷ୍ଠା କରାଇଥିଲେ l ଏହି ଶିକ୍ଷାନୁଷ୍ଠାନରେ ପାଠ ପଢି ଅନେକ ଛାତ୍ର ଛାତ୍ରୀ ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରିଛନ୍ତି l ଶତାଧିକ ସହିଦ ଙ୍କ ପାଇଁ ଏଠାରେ ଆମର ଯବାନ ଜ୍ୟୋତି ନିର୍ମାଣ କରାଯାଇଛି l ଏହା ଓଡିଶାକୁ ଗର୍ବିତ କରୁଛି l ଏପରି ଏକ ନାମକରା ଶିକ୍ଷାନୁଷ୍ଠାନକୁ ପ୍ରଥମେ 224 ଏକର ପରେ  ସେଥିରୁ କିଛି ଅଂଶ କାଢି ନିଆଯାଇ 194 ଏକର  ଏପରିକି ସଂଶୋଧନ କରାଯିବl ପରେ ମାତ୍ର 124 ଏକର ଜମିରେ ବର୍ତମାନ ସୈନିକ ସ୍କୁଲ ଚାଲୁଛି l ବର୍ତମାନ ସମୟରେ ରାସ୍ତା ସମ୍ପ୍ରସାରଣ ଆଳରେ ତଥା ଡମପିଙ୍ଗ ୟାର୍ଡ଼ ସମ୍ପ୍ରସାରଣ ପାଇଁ ଚଞ୍ଚକତା କରି ସହରରୁ 30 କିମି ଦୁରକୁ ଚନ୍ଦକା, ଆଇ ଆଇ ଟି ଓ ନାଇଜର ପାଖକୁ ଉଠାଇ ନେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ପଦକ୍ଷେପ l ରାସ୍ତା ସମ୍ପ୍ରସାରଣ ସହ ଡାମପିଙ୍ଗ ୟାର୍ଡ଼ର ବିକଳ୍ପ ବ୍ୟବସ୍ଥା କିମ୍ବା ତାକୁ ସମାଧାନ କରି ସୈନିକ ସ୍କୁଲ ସ୍ଥାନାନ୍ତରଣକୁ ବାତିଲ କରିବାକୁ ଓଡିଶା ଅଭିଭାବକ ମହାସଂଘ ପୂର୍ବରୁ ଚିଠି ଲେଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟରେ  ଦାବୀ କରି ସାରିଛି l ତତସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପ୍ରତିରକ୍ଷା ସଚିବ, ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଚିଠିରେ ଦାବୀ କରାଯାଇଛି l ଆଜି ସକାଳରେ ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, ଉପଦେଷ୍ଟା ମାନବାଧିକାର କର୍ମୀ ମନୋଜ ଜେନା, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ, ସୈନିକ ସ୍କୁଲ ଅଭିଭାବକ କମିଟିର ଆଶୁତୋଷ ମିଶ୍ର, ରାମଚନ୍ଦ୍ର ଜେନା, ଗlଡ଼କଣ ଗାଁ ପୂର୍ବତନ ସଭାପତି  କିଶୋର ଜେନା, ଗଗନ ପଣ୍ଡା , ଭୁବନେଶ୍ୱର ଉନ୍ନୟନ ପରିଷଦର ସମ୍ପାଦକ ପ୍ରଦୀପ ତରାଇ, ମନୋରଞ୍ଜନ ପରିଡା, ବିପିନ ବିହାରୀ ପାତ୍ର, ସୁବ୍ରତ ସାହୁ, ରଶ୍ମି ରଞ୍ଜନ ପରିଡା ସମେତ ଅନେକ ଅଭିଭାବକ ସ୍ଥାନୀୟ ବୁଦ୍ଧିଜୀବୀ ସୈନିକ ସ୍କୁଲର  ବର୍ତମାନ ପାରିପାର୍ଷିକ ସ୍ଥିତିର ସରଜମିନ ଅନୁଧ୍ୟାନ କରିବା ସହିତ ତଥ୍ୟ ସଂଗ୍ରହ ଓ ଅନୁସନ୍ଧlନ କରିଥିଲେ l ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି l  ଏହା ମଧ୍ୟ ଏକ ଐତିହ୍ୟ ସ୍ଥଳୀ ସଦୃଶ l ସହରର ଯୋଗାଯୋଗ ଆବଶ୍ୟକ ନିମିତ୍ତ କେବଳ ଦୁଇ ରୁ ତିନି ଏକର ଜମି ରାସ୍ତା ପାଇଁ ଏଭଳି ଏକ ଗୌରବ ମୟ ଅନୁଷ୍ଠାନ ର ସ୍ଥାନାନ୍ତରଣ କୁ ସମସ୍ତେ ଜୋରଦାର ବିରୋଧ କରୁଛନ୍ତି l ଏଥିପାଇଁ ଅନେକ ବିକଳ୍ପ ପ୍ରସ୍ତାବ ମଧ୍ୟ ନିଆଯାଇପାରିବ ବୋଲି ଆଜିର ଅନୁଧ୍ୟାନରୁ ଜଣା ପଡିଛି l ଚର୍ଚ୍ଚା ହେଉଛି କି କିଛି କର୍ପୋରେଟ ହାଉସଙ୍କୁ ଜମି ପ୍ରଦାନ ସ୍ୱାର୍ଥ ଏବଂ  ପୂର୍ବରୁ ଏ ସଂକ୍ରାନ୍ତରେ ଅନୁଷ୍ଠିତ ହାଇ ଲେବଲ ବୈଠକରେ ସୈନିକ ସ୍କୁଲ କର୍ତ୍ତୃପକ୍ଷ ଓ ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ହୋଇଥିବା ବୈଠକ ରେ ପର୍ଶନଲ ଇଗୋ ହଟ କଲା ଭଳି କିଛି ମତ ମନ୍ତବ୍ୟ ପାଇଁ ଏପରି ଏକ ଦୁର୍ଭାଗ୍ୟ ଜନକ ନିଷ୍ପତି ନିଆଯାଇଛି l ସେପଟେ ଯଦି ସୈନିକ ସ୍କୁଲ ନାମରେ ଥିବା ଜମିର ଆର ଓ ଆର ବା ଜମିର ଦସ୍ତାବିଜ ଅନୁଧ୍ୟାନ କଲେ ଜଣା ଯାଏ କି ପୂର୍ବରୁ ଆବଣ୍ଟିତ ହୋଇଥିବା 224 ଏକର  ମୂଳ ଜମିରୁ  ସୈନିକ ସ୍କୁଲ ଅକ୍ତିଆରରେ ଥିବା  ସତ୍ୱେ ମଧ୍ୟ ଦସ୍ତାବିଜ ଅନୁଯାଇ ତାଙ୍କ ନାମରେ ମାଲିକାନା କରାଯାଇ ନାହିଁ l ଆହୁରି ମଧ୍ୟ ବର୍ତମାନ ମାଲିକାନାରେ ଥିବା କିଛି ଜମିକୁ ପୂର୍ବରୁ ମସୁଧା କରାଯାଇ ଆର ଓ ଆର ରେ ଉନ୍ନତ ଯୋଜନା ଯୋଗ୍ୟ କିସମ ରେ ଅଭିହିତ କରାଯାଇଛି l ତେଣୁ ଆଜିର ଏହି ଅନୁସନ୍ଧାନ ପରେ ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବୀ ତଥା ବିଭିନ୍ନ ସଂଗଠନ ମାନଙ୍କୁ ନେଇ ସୈନିକ ସ୍କୁଲ ସ୍ଥାନାନ୍ତରଣ କୁ ଜୋରଦାର ବିରୋଧ କରିବାକୁ ନିଷ୍ପତି ନିଆଯାଇଛି l ଏଥିନେଇ ଗାଡ଼କଣ, ରଙ୍ଗାମାଟିଆ ଠାରୁ ଆଚାର୍ଯ୍ୟ ବିହାର ପଯ୍ୟନ୍ତ ସମସ୍ତ ଜନସାଧାରଣ ମାନଙ୍କୁ ନେଇ ଏକ ଆମ ସୈନିକ ସ୍କୁଲ ବଞ୍ଚାଅ ଆଭିଯାନ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଥିଲା l ଏହା ଆଗକୁ ଜୋରଦାର କରିବାକୁ ନିଷ୍ପତି ଗ୍ରହଣ କରାଗଲା l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *