୫୦ କେଜି ସୁନା ଓ ୨ କ୍ୱିଣ୍ଟାଲ ରୂପା ଜବତ କଲା ସିଟିଜିଏସଟି

ବ୍ୟାଙ୍କରେ ଟଙ୍କା ଲୋଡ୍ କରୁଥିବା ଗାଡିରେ ସୁନା ଚୋରାଚାଲାଣ ହେଉଥିବାବେଳେ ଧରିଲା ସିଟିଜିଏସଟି ବିଭାଗ । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ନେଇ ସୂଚନା ମିଳିଥିଲା। ସୂଚନା ପାଇ ୫୦ କେଜି ସୁନା ଓ ୨ କ୍ୱିଣ୍ଟାଲ ରୂପା ଚାଲାଣ ହେଉଥିବାବେଳେ ଦୁଇଟି କଣ୍ଟେନର ଜବତ କଲା ସିଟିଜିଏସଟି। ଜବତ ସୁନା-ରୂପାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ ବୋଲି ଜଣାପଡିଛି । ତେବେ କେଉଁଠାରୁ ଏହି ସୁନା ଆସୁଥିଲା ? ଏହାର ମାଲିକ କିଏ ? ଇମିଗ୍ରେସନ ଓ କଷ୍ଟମ ବିଭାଗ ଅଧିକାରୀ ଏ ସମ୍ପର୍କରେ କିଭଳି ଜାଣିପାରିନଥିବା ଚର୍ଚ୍ଚା ଏବେ ଜୋର ଧରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *