ଆହାର କେନ୍ଦ୍ର କର୍ମଚାରୀଙ୍କର ହଜିଗଲା ମାନବିକତା। ୩ ଜଣ ଦୃଷ୍ଟିହୀନଙ୍କୁ ଆହାର କେନ୍ଦ୍ରରେ ମିଳିଲାନି ଆହାର। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଆହାର କେନ୍ଦ୍ରରେ। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରୁ ଜଣେ ଏବଂ ନୟାଗଡ଼ ଜିଲ୍ଲାରୁ ଦୁଇଜଣ ଦୃଷ୍ଟିହୀନ ବ୍ୟକ୍ତି ଖାଇବା ପାଇଁ ନୟାଗଡ ଆହାର କେନ୍ଦ୍ରକୁ ଯାଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ଆହାର କେନ୍ଦ୍ର କର୍ମଚାରୀ ମାନେ ଟିକେଟ ଆଣିବାକୁ କହିଥିଲେ। କିନ୍ତୁ ସେମାନେ ଚକ୍ଷୁହୀନ ଖାଇବାକୁ ଦିଅନ୍ତୁ କହିଥିଲେ। କିନ୍ତୁ ବିନା ଟିକେଟର ଖାଇବାକୁ ଦିଆଯିବ ନାହିଁ ବୋଲି ରୋକଠୋକ ମନାକରି ଦେଇଥିଲେ କର୍ମଚାରୀ। ଫଳରେ ସେମାନେ ନୟାଗଡ଼ ବ୍ଲକ କୁ ଆସି ଅଭିଯୋଗ କରିଥଲେ। ତମେମାନେ ଯାଅ ଆମେ କହିଦେବୁ, କେହି ପଇସା ମାଗିବେ ନାହିଁ ବୋଲି କହିଥିଲେ ବ୍ଲକ କର୍ମଚାରୀ। ପୁଣି ସେଠାରୁ ଆହାର କେନ୍ଦ୍ରକୁ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ନିରାଶ ହୋଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। କଥା ଏତିକିରେ ମଧ୍ୟ ସରି ନଥିଲା, ସେମାନେ ଏକ ଭଜନ ଗାଇବା ପାଇଁ ଦଶପଲ୍ଲା ଯିବା କଥା ହେଲେ, ହେଲେ କୌଣସି କାରଣରୁ ପ୍ରୋଗ୍ରାମ ବାତିଲ ହେବାଯୋଗୁଁ , ନିଜ ବନ୍ଧୁ ଘରେ ରହି ସକାଳୁ ନୟଗଡ ଲକ୍ଷ୍ମୀ ବସ ଯୋଗେ ଆସୁଥିବା ବେଳେ, ବସ କର୍ମଚାରୀ ମାନେ ମଧ୍ୟ ବହୁତ ହଟହଟା କରିଥିବା ଅଭିଯୋଗ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now