ଏଟିଏମରେ ଲାଗିଲା ନିଆଁ l ବିଦ୍ୟୁତ ସର୍ଟ ସର୍କିଟରୁ ଏଟିଏମରେ ନିଆଁ ଲାଗିଥିବା ସନ୍ଦେହ । ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଜରପଡା ହାଟପଦା ଠାରେ ଥିବା ଇଣ୍ଡିଆନ୍ ଓଭର ସିଜ୍ ବ୍ୟାଙ୍କ୍ ATM ରେ । ଆଜି ମଧ୍ୟାହ୍ନରେ ହଠାତ ଏଟିଏମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ନେଇ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ l ଏନେଇ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସଟ ସର୍କିଟ ଯୋଗୁଁ ହୋଇଥିବା ନେଇ ସାଧାରଣ ଲୋକେ ସନ୍ଦେହ କରୁଥିବା ବେଳେ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି l ତେବେ କିପରି ଅଗ୍ନିକାଣ୍ଡ ଘଟିଲା ଏବଂ କେତେ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ସେ ନେଇ ସବିଶେଷ ସୂଚନା ମିଳିପାରିନାହିଁ ନାହିଁ l ଏଟିଏମ କତୃପକ୍ଷ ଆସିବା ପରେ କ୍ଷୟକ୍ଷତିର ସୂଚନା ମିଳି ପାରିବ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି l

Naxatra News is now on Whatsapp
Join and get latest news update delivered to you via whatsapp
Join Now