ଭଉଣୀର ବାହାଘରରେ ଟେଣ୍ଟ ବାବଦକୁ ଖର୍ଚ୍ଚ ହୋଇଥିବା ଅର୍ଥ ମାଗିବାକି ଯାଇ ଦୁର୍ଘଟଣାର ଶିକାର ହେଲେ ଦୁଇ ଟେଣ୍ଟ କର୍ମଚାରୀ । ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥବା ଜଣା ପଡ଼ିଛି। ଘଟଣା ସୁନାବେଡା ଡିପିକ୍ୟାମ୍ପ ର ଜଣେ ବଂଗାଳି ସମ୍ପ୍ରଦାୟ ରେ ବିବାହ ଘର ହୋଇଥିଲା ବିବାହରେ ବ୍ୟବହାର ହୋଇଥିବା ଟେଣ୍ଟ ବାବଦ କୁ ବକେୟା ରାଶି ମାଗିବାରୁ ତାଙ୍କର ଭାଇ ଆସି ଚାରି ଚକିଆ ଗାଡି ଚପାଇ ମାରିବାକୁ ଉଦ୍ୟମ କରିଥିଲା। ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି ।ଏହାକୁ ନେଇ ମୃତକ ପରିବାର ଲୋକ ଶବ ରଖି ସୁନାବେଡ଼ା ଥାନା ଆଗରେ ଜାତୀୟ ରାଜପଥ..43 ଅବରୋଧ କରି ମୁଖ୍ୟ ଅଭିଯୁକ୍ତ ଶଙ୍କର ବାହାଦୁର ଙ୍କୁ ଧରିବାକୁ ପରିବାର ଲୋକ ଙ୍କ ଦାବୀ। ଉଭୟ ପାର୍ଶ୍ଵରେ ଅଟକି ରହିଛି ଅନେକ ଗାଡି।

Naxatra News is now on Whatsapp
Join and get latest news update delivered to you via whatsapp
Join Now