ବାଳକୁମାରୀ ପୀଠରେ ବୁଲିଲା ବାଘ

ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ବାଳକୁମାରୀ ପୀଠରେ ବାଘ ଚଳପ୍ରଚଳକୁ ନେଇ ଜାରି ହୋଇଛି କଟକଣା । ବାଳକୁମାରୀର ଆଖପାଖ ଅଞ୍ଚଳରେ ବାଘ ବୁଲୁଥିବା ନେଇ ଆତଙ୍କ ଥିବା ଯୋଗୁଁ ସନ୍ଧ୍ୟା ୪ଟା ପରେ ମା’ଙ୍କ ଦର୍ଶନ ବନ୍ଦ ।  ପ୍ରତିଦିନ ସନ୍ଧ୍ୟା ୪ଟା ପରେ ଭକ୍ତଙ୍କ ଦର୍ଶନ ବନ୍ଦ ନେଇ ମନ୍ଦିର କମିଟି ପକ୍ଷରୁ ସୂଚନା ଫଳକ ଲଗାଯାଇଛି ।

ଏହି ନିୟମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ରହିବ ।  ଗତକାଲି ବାଳକୁମାରୀ ନିକଟସ୍ଥ ରାମପୁର ଜଙ୍ଗଲରେ ବାଘ ବୁଲୁଥିବାର ପାଦ ଚିହ୍ନ ମିଳିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *