ବିଦ୍ୟୁତ ସଟସର୍କିଟ ଯୋଗୁ ବ୍ୟାଙ୍କରେ ଲାଗିଲା ନିଆଁ । ଜଗତସିଂହପୁର ଜିଲ୍ଲା ସଦରମହକୁମାସ୍ଥିତ ଦୁର୍ଗା ବଜାରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବିଦ୍ୟୁତ ସଟସର୍କିଟ ଯୋଗୁ ନିଆଁ ଲାଗି ଭୟଙ୍କର ପରିସ୍ଥିତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୩ଟି ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସକାଳୁ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଅଧିକାରୀ ଓ ସଦରଥାନା ଅଧିକାରୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now