ବ୍ୟାଙ୍କରୁ ଚୋରି କଲେ ବ୍ୟାଙ୍କ କର୍ମଚାରୀ

ମିନି ବ୍ୟାଙ୍କ କର୍ମଚାରୀ ନିଜ ବ୍ୟାଙ୍କରୁ ଚୋରୀ କରିଛନ୍ତି। ନେଇଗଲେ ଦେଢ ଲକ୍ଷ ଟଙ୍କା ସହ ସିସିଟିଭି ହାର୍ଡ ଡିସ୍କ ,ଲାପଟପ ଓ  ପ୍ରଂଟର  । ପୁଲିସ ତଦନ୍ତ ପରେ ମିଳିଲା ଲାପଟପ , ପ୍ରିଂଟର ଓ ହାର୍ଡ ଡିସ୍କ । ଦେଢ ଲକ୍ଷ ଟଙ୍କା ନେଇ କର୍ମଚାରୀ ଫେରାର । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଲଙ୍ଗଳେଶ୍ୱର ଗ୍ରାମରେ । ଦୀର୍ଘଦିନ ହେଲା ଲଙ୍ଗଳେଶ୍ୱର ଗ୍ରାମରେ ଲଙ୍ଗଳେଶ୍ୱର ଷ୍ଟେଟ ବ୍ୟାଙ୍କ ଶାଖା ଅଧିନରେ ଏକ ମିନି ଷ୍ଟେଟ ବ୍ୟାଙ୍କ କୁ ଚଳାଇ ଆସୁଥିଲେ ଶିବରାମ ପ୍ରଧାନ  । ବ୍ୟାଙ୍କରେ ଲୋକ ସଂଖ୍ୟା ଅଧିକ ରହୁଥିବାରୁ ସେ ଆଉ ଜଣେ କର୍ମଚାରୀ ରଖିଥିଲେ । ଗତ ୧୯ ତାରିଖ ଦିନ ମିନି ବ୍ୟାଙ୍କରୁ ଚୋରୀ ହୋଇଥିବା ଖବର ପାଇ ଭେଜିପୁଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ଶିବରାମ ।

ଏହାର ତଦନ୍ତ କରି ଖଲ୍ଲିକୋଟ ଥାନା ପୋଲିସ ୨୪ ଘଣ୍ଟା ମଧ୍ୟରେ ଚୋରୀ ହୋଇଥିବା ସମଗ୍ରୀକୁ ବାଲୁଗାଁର ଏକ ବନ୍ଦ ଘରୁ ଲାପଟପ,ପ୍ରିଂଟର ଓ ହାର୍ଡଡିସ୍କ କରିଛି  । ତେବେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଚୋରି କରିଥିବା ବ୍ୟକ୍ତି ହେଉଛନ୍ତି ସେହି ମିନି ବ୍ୟାଙ୍କରେ କାମ କରୁଥିବା ଜଣେ କର୍ମଚାରୀ  । ତେବେ ଉକ୍ତ କର୍ମଚାରୀ ଫେରାର ଥିବା ବେଳେ ସେ ଚୋରୀ କରିଥିବା ଦେଢ ଲକ୍ଷ ଟଙ୍କା ନେଇ ଫେରାର ଅଛନ୍ତି  । ତେବେ ଏହାକୁ ନେଇ  ପୋଲିସ ଅଧିକରୁ ଅଧିକ ତଦନ୍ତ କରୁଥିବା ବେଳେ ଖୁବ ଶିଘ୍ର ଉକ୍ତ ଚୋରୀ କରିଥିବା ବ୍ୟଙ୍କ କର୍ମଚାରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି  ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *