ପ୍ରଶାସନିକ ଅଧିକାରୀଙ୍କୁ ମାଡ଼ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

BMC ଅଫିସ ଭିତରେ ପ୍ରଶାସନିକ ଅଧିକାରୀଙ୍କୁ ମାଡ଼ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏହି ଘଟଣାରେ ପୋଲିସ ତିନି ଜଣକୁ ଗିରଫ କରିଛି ସେଥିପାଇଁ ପୋଲିସକୁ ସାଧୁବାଦ ଜଣାଇଛନ୍ତି। କିନ୍ତୁ କାହିଁକି ଏମିତି ଏକ ଘଟଣା ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ସେ କହିଛନ୍ତି, ଗତ ୩୭ ବର୍ଷରେ ମୁଁ ଏମିତି ଘଟଣା ଦେଖିନଥିଲି। ଜଣେ ସରକାରୀ କର୍ମଚାରୀ କାମ କରୁଥିବା ବେଳେ ତାଙ୍କୁ ମାଡ ମାରିବେ, ଅପହରଣ କରିବା ପାଇଁ ଚେଷ୍ଟା କରିବେ, ତାଙ୍କୁ ଗୋଇଠା ମାରିବେ କେବେ ଦେଖିନଥିଲି। ଯଦି ଜଣେ ସରକାରୀ ଅଧିକାରୀଙ୍କ ଅବସ୍ଥା ଏମିତି ହୁଏ ତାହେଲେ ସାଧାରଣ ଜନତାଙ୍କ ଅବସ୍ଥା କଣ ହେବ ।
ସେପଟେ ଚର୍ଚ୍ଚା ହେଉଛି ଏହି ସବୁ ଘଟଣା ଯିଏ ବିଜେପିର ମଧ୍ୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଥିଲେ। ତାହାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି। ଗୋଟିଏ ହାତରେ ତାଳି ବାଜେ ନାହିଁ। ତାହା ଅର୍ଥ କଣ ମାଡ଼ ମାରିବା। ସରକାରୀ ଦଳର କର୍ମୀ ଯେଉଁ କାଣ୍ଡ ଘଟେଇଛନ୍ତି କେବଳ ସରକାର ନୁହେଁ ଦଳ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା କଥା। ଏମିତି କର୍ମୀକୁ ଦଳରେ ରଖିବେ କି ? ନିଜେ ଜଗନ୍ନାଥ ପ୍ରଧାନ ମଧ୍ୟ ସ୍ପଷ୍ଟ କରନ୍ତୁ ତାଙ୍କର ଆଭିମୁଖ୍ୟ କଣ ?

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *