ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ସେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୨୪ କୁ ପାରାଦୀପ ସମୁଦ୍ର କୂଳରେ ଉଦଘାଟନ କରି ନେହେରୁବଙ୍ଗଳା ରେ ରାତ୍ରି ଯାପନ କରିଥିବା ବେଳେ ଆଜି ଭୋର ସକାଳୁ ଶସ୍ତ୍ରୀକ ବନ୍ଦର ପୋତାଶ୍ରୟ ରେ ପହଞ୍ଚିଥିଲେ । ଭବ୍ୟ ଆଧ୍ଯାତ୍ମିକ ପରିବେଶ ମଧ୍ୟରେ ହୋମଯଜ୍ଞ ସମାପନ ପୂର୍ବକ ଐତିହାସିକ ପରମ୍ପରା କୁ ଉଦ୍ଜୀବିତ କରିବାକୁ ଯାଇ ରୀତିନୀତି ଅନୁସାରେ ସାଧବ ପୁଅ ମାନଙ୍କର ବୋଇତକୁ ପତାକା ଦେଖାଇ ଦୂର ସମୁଦ୍ରକୁ ମେଲାଣି ଦେଇଥିଲେ | ଏହି ଉସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୪.୮୯ କୋଟି ମୂଲ୍ୟର ତିନି ଲେନ୍ ବିଶିଷ୍ଟ ଏକ ପୋଲ ଅଠରବାଙ୍କୀ ଉପରେ ହେବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା | ଏହାପରେ ବନ୍ଦର ସହର ମଧ୍ୟରେ ସୁରକ୍ଷିତ ସହିତ ୭ ଲକ୍ଷ୍ୟ ଲୋକଙ୍କ ଘରକୁ ପାଇପ ଯୋଗେ ଗ୍ୟାସ ଯୋଗାଣ ପାଇଁ ମଧ୍ଯ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା | ପୂର୍ବସୁରୀ ମାନଙ୍କ ବଳ ଓ ସାହସ କୁ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଚ୍ଚକୋଟୀର ଭାବେ ପ୍ରସଂଶା କରିଥିବା ବେଳେ ଆଗକୁ ସେହି ସ୍ମୃତି କୁ ପାଥେୟ କରି ଓଡିଶା ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଅଗ୍ରସର ହେବାକୁ ଯାଉଥିବା ଓ ପାରାଦୀପ ଦେଶ ଅର୍ଥନୀତିର କୋଣାର୍କ ହେବାକୁ ଯାଉଥିବା ମଧ୍ଯ ସେ ପ୍ରକଶ କରିଥଲେ | ପାରାଦୀପ ବନ୍ଦର କେବଳ ବ୍ୟବସାୟରେ ପ୍ରସିଦ୍ଧି ଲାଭ କରିଛି ତାହା ନୂହେଁ ଏହା ଓଡ଼ିଶାର ଐତିହ୍ଯ ପରମ୍ପରା ସଂସ୍କୃତି କୁ ଜାବୁଡି ଧରି ଆଗକୁ ଚାଲୁଥିବା ଏହି ଉସ୍ତବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ଶିଳ୍ପ ମନ୍ତ୍ରୀ ତଥା ସ୍ତାନୀୟ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ଯ ନିଜ ଅଭିଭାଷଣରେ ମତ ରଖିଥିଲେ |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *