ଦୁଇ ଘଣ୍ଟା ବର୍ଷାରେ ବୁଡିଲା ବ୍ରହ୍ମପୁର ସହର

ବ୍ରହ୍ମପୁର ମହାନଗର ରେ ଗତକାଲି ସନ୍ଧ୍ୟା 7.30ଠାରୁ 9.30 ଯାଏଁ ଦୁଇ ଘଣ୍ଟା ବର୍ଷା ଛେଚିଲା। ଏହି ବର୍ଷାରେ ସହର ର ଲୋକେ ଗରମରୁ ରକ୍ଷା ପାଇଥିଲେ। କିନ୍ତୁ 2ଘଣ୍ଟା ବର୍ଷାରେ ସହରରେ ନାଳ ପାଣି ଘର ସହ ବିଭିନ୍ନ ହୋଟେଲ, ସରକାରୀ କାର୍ଯ୍ୟାଳୟ ରେ ପଶିଲା। ମହାନଗର ନିଗମ ର ପାରିବା ପଣିଆ ବର୍ଷା ଆସିବା ପୁର୍ବରୁ ପଦାରେ ପଡ଼ି ଯାଇଥିଲା।ସହରର ସବ ରେଜିଷ୍ଟର ଅଫିସ ଭିତରେ ନାଳ ପାଣି ପସିଥିବା ବେଳେ ଅଶୋକ ନଗର, ଗାନ୍ଧୀ ନଗର, ଲାଞ୍ଜିପଲି, ଲକ୍ଷ୍ମୀ ନୃସିଂହ ସାହି, ଶାନ୍ତି ନଗର, ତୁଳସୀ ନଗର, ଇଞ୍ଜିନିୟରିଙ୍ଗ ସ୍କୁଲ ରୋଡ ଅଞ୍ଚଳ ଜଳ ମଗ୍ନ ହୋଇଥିଲା। ବର୍ଷା ଛାଡ଼ି ଥିଲେ ହେଁ ନାଳ ଠିକ୍ ଭବେ ସଫେଇ ହେଉନଥିବାରୁ ବହୁ ସାହିରେ ନାଳ ପାଣି ଘରେ ପଶିଥିବା ଦେଖା ଦେଉଛି।, ଆଗକୁ ବର୍ଷା ଦିନ ଆସୁଛି ଏହା ପୂର୍ବରୁ ନାଳ କାମ ସାରିବାକୁ ବିଏମ୍ସି କୁ ଦାବି କରିଛନ୍ତି ସାଧାରଣ ଲୋକ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *