ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଓଡ଼ିଆ BSF ଯବାନ

ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଓଡ଼ିଆ BSF ଯବାନ।  ସାନ ଭାଇ ସହିତ ସ୍ତ୍ରୀର ଅନୈତିକ ସମ୍ପର୍କକୁ ନେଇ ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି।ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗାଁର ସୁରେଶ ବିଶ୍ୱାଳ। ଜାମ୍ମୁକାଶ୍ମୀରରେ BSF ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ସେ ମାଆକୁ ଆତ୍ମହତ୍ୟା କରିବେ ବୋଲି ମେସେଜ କରିଥିଲେ। ଏବଂ ତାଙ୍କ ମୃତ୍ୟୁ ପାଇଁ ସାନ ଭାଇ ସୁନୀଲ ଏବଂ ସ୍ତ୍ରୀର ପରିବାର ଲୋକେ ସମ୍ପୃକ୍ତ ଥିବା ସେ ଲେଖିଥିଲେ। ଯାହାକୁ ନେଇ ସୁରେଶଙ୍କ ମାଆ କ୍ୟାମେରା ସାମ୍ନାରେ ସବୁ କିଛିକୁ ପ୍ରକାଶ କରିଛନ୍ତି। ସାନ ପୁଅ ସୁନୀଲ ବଡ଼ ବୋହୂ ସହିତ ସମ୍ପର୍କକୁ ନେଇ ସେ ବାରମ୍ବାର ବାରଣ କରୁଥିଲେ। ମାତ୍ର ସେମାନଙ୍କ ଅନୈତିକ ସମ୍ପର୍କ ବଢ଼ିବାରେ ଲାଗିଥିଲା। ଏପରିକି ୩ବର୍ଷ ତଳେ ସାନ ପୁଅ ସୁନୀଲ ମଧ୍ୟ ବିବାହ କରିଥିଲା। ହେଲେ ବଡ଼ ବୋହୂ ସହିତ ସମ୍ପର୍କ ରହିଥିଲା। ଏ ନେଇ ଓଡ଼ିଆ ଯବାନ ସୁରେଶ ସର୍ବଦା ମାନସିକ ଚାପରେ ରହି ଆସୁଥିଲେ। ତାଙ୍କର ଏକ ୭ ବର୍ଷର କୁନି ଝିଅ ମଧ୍ୟ ରହିଛି। ସେ ୧୫ ବର୍ଷ ଧରି BSF ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ୯ଦିନ ତଳେ ଘରୁ ଜାମ୍ମୁ କାଶ୍ମୀରକୁ କାର୍ଯ୍ୟ କରିବାକୁ ଯାଇଥିଲେ। BSF ସେଣ୍ଟରରୁ ମୃତ୍ୟୁ ଖବର ଆସିବା ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ସେପଟେ ତାଙ୍କ ମୃତ ଦେହ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ପୈତୃକ ଗାଁରେ ପହଂଚିବ ବୋଲି ସୂଚନା ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *