ସରକାର ବାତ୍ୟା ପ୍ରସ୍ତୁତି କରିଛନ୍ତି। ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି । ବରିଷ୍ଠ IAS ଅଫିସର ସେହି ଜିଲ୍ଲା ଯାଇଛନ୍ତି ଯେଉଁଠି ସେମାନେ କାମ କରିଛନ୍ତି ଓ ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି । ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ। ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଥିବା ବେଳେ ଲ୍ୟାଣ୍ଡ ନ କରିବା ଯାଏଁ କହି ହେବନି। ୨୮୦ କିଲୋମିଟର ପାରାଦ୍ୱୀପ ଓ ୩୧୦ କିଲୋମିଟର ଧାମରାରୁ ଅଛି। ଘଣ୍ଟାକୁ ୧୫ କିଲୋମିଟର ବେଗରେ ଚାଲିଛି। ତେବେ ଆହୁରି ବଢିବ। କାଲି ସକାଳ ସୁଦ୍ଧା କୌଣସି ସମୟରେ ହିଟ ହୋଇପାରେ । ଆଜି ରାତି ୮ଟା ୩୦ ରୁ କାଲି ରାତି ୮.୩୦ ଯାଏଁ ରେଡ ୱାର୍ନିଙ୍ଗ ଅଛି । ୨୦ ସେଣ୍ଟିମିଟର ବର୍ଷା ହେବ। ମୟୁରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ହେବ।
ଅନ୍ୟପଟେ ସ୍ଥାନାନ୍ତର କାମ ଚାଲିଛି। ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି କାମରେ ଅଛନ୍ତି। ଆଶ୍ରୟ ସ୍ଥଳୀରେ ଲୋକେ ପହଂଚି ସାରିଲେଣି। ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି । ହେଲେ ଏପରି କରନ୍ତୁ ନାହିଁ । ସେମାନେ ପହଁରା ଜାଣୁଛନ୍ତି। ଉଚ୍ଚ ସ୍ଥାନରେ ଛାଡ଼ି ଦିଅନ୍ତୁ । ପ୍ରାଣୀ ସମ୍ପଦ ଖାଦ୍ୟ ପହଂଚି ସାରିଛି । ଗର୍ଭବତୀ ମାନେ ସୁରକ୍ଷିତ ଭାବେ ହସ୍ପିଟାଲ ପହଂଚି ସାରିଲେଣି । ପାଣିପାଗ ବିଭାଗ ଗତିପଥ ନେଇ ଯେଉଁ ଜିଲ୍ଲାକୁ ୱାର୍ନିଙ୍ଗ ଦିଆଯାଇଛି ତାକୁ ଅଧିକ ଧ୍ୟାନ ଦିଅନ୍ତୁ । ବିଚଳିତ ହୁଅନ୍ତୁ ନାହିଁ । ଏପରି ଅନେକ ବାତ୍ୟା ଆସିଛି। ସଫଳତା ସହ ଓଡ଼ିଶାବାସୀ ଏହାକୁ ସାମ୍ନା କରିଛନ୍ତି। ୬୫୦୦ରିଲିଫ ସେଣ୍ଟର ଅଛି । ସେଠାକୁ ଯାଆନ୍ତୁ। ଲମ୍ବା ସମୟ ଯାଏଁ ରହିବାକୁ ପଡିବ ନାହିଁ. ଆସନ୍ତକାଲି ଓ ତା ପରଦିନ ଅର୍ଥାତ ୪୮ ଘଣ୍ଟା ଯାଏଁ ବାତ୍ୟା କଷ୍ଟ ଦେବ । ସବୁ ରିଲିଫ ସେଣ୍ଟର, ଗାଁରେ ପୋଲିସ ଅଛନ୍ତି। ମହିଳା ପୋଲିସ ବି ଅଛନ୍ତି । ଗାଁରେ ପାଟ୍ରୋଲିଙ୍ଗ ଚାଲିଛି । ବାତ୍ୟା ପରେ ରିଲିଫ ସେଣ୍ଟରରୁ ଘରକୁ ପଠାଇବାର ବ୍ୟବସ୍ଥା କରିବ ପ୍ରଶାସନ। କ୍ଷତିପୂରଣ ପର୍ଯ୍ୟାପ୍ତ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ । ୧୩ ଜିଲ୍ଲାରେ ସରକାର ଆଲର୍ଟରେ ଅଛନ୍ତି। ସହରାଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଛି । ଜଳସେଚନ ବିଭାଗ ସହ କଥା ହୋଇଛି। ନିଷ୍କାସନ କାମ ବି ଆରମ୍ଭ ହେଲାଣି । ଡ୍ୟାମରେ ଯେପରି ପାଣି ରହି ପାରିବ, ସେ ବ୍ୟବସ୍ଥା ବି ହୋଇଛି। ସାପ କାମୁଡା ଔଷଧ ସମ୍ବେଦନଶୀଳ ଅଞ୍ଚଳର ୨୦ କିଲୋମିଟର ଭିତରେ ଗଛିତ ଅଛି । ଅଧ ଘଣ୍ଟାରୁ କମ ସମୟରେ ରୋଗୀ ପାଖରେ ପହଂଚିଯିବୁ। ସଂକ୍ରମଣ ରୋକିବାକୁ ପାଣିରେ କ୍ଲୋରିନ ଓ ବ୍ଲିଚିଙ୍ଗ ଦିଆଯିବ। ସବୁ ରୋଡ଼ମ୍ୟାପ କରାଯାଇଛି ।
ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ।ସେମାନଙ୍କ ରିପୋର୍ଟ ବି ଆବଶ୍ୟକ ପଡୁଛି। ପ୍ରାଥମିକ ଆକଳନ ରଖିଥିଲୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ। ହେଲେ ଏବେ ୧୦ ଲକ୍ଷରୁ କମି ଲାଣି । ପୁରୀରେ ପ୍ରକୋପ କମିଲାଣି ।ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡିବ । 18-19 NDRF ଆସିଲେଣି। 51 ODRAF, 178 ଅଗ୍ନିଶମ ଟିମ ଚମତ୍କାର ପ୍ରସ୍ତୁତି କରିଛନ୍ତି। ୧୦ ମିନିଟିରେ ଗଛ କଟାଯିବାର ଅତ୍ୟାଧୁନିକ ମେସିନ, ଗ୍ଲାସ କଟର ମହାଜୁଦ ଅଛି. ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛୁ ଯେ ଓଡ୍ରାଫ, NDRF ଓ ଅଗ୍ନିଶମ ଟିମକୁ ସହଯୋଗ କରିବାକୁ ଜଣେ ଜଣେ ଅଧିକାରୀ ଦିଆଯାଇଛି। ସେହି ଅଧିକାରୀ ଖାଦ୍ୟ ଓ ORS ବ୍ୟବସ୍ଥା କରିଵେ. ଜିଲ୍ଲା ପ୍ରଶାସନକୁ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି। ସେମାନେ ଖୋଲା ହାତରେ ଖର୍ଚ୍ଚ କରନ୍ତୁ ।ପୁରୀରୁ ପର୍ଯ୍ୟଟକ ଫେରି ଗଲେନି । ଟ୍ରେନ ବାତିଲ ଯୋଗୁଁ ସେମାନଙ୍କୁ ସଡ଼କ ପଥରେ ଭୁବନେଶ୍ୱର ପଠାଇଛି ପ୍ରଶାସନ । ଏ ଯାଏଁ ବିଜୁଳି କାଟ ଖବର ଆସିନି । ହେଲେ ପବନ ପାଇଁ ଟିକେ କଟି ପାରେ. ବ୍ୟାକଅପ ସପର୍ଟ ଯେପରି DG, ଜେନେରେଟର ଦିଆଯାଇଛି. ଡାକ୍ତର ଅଭାବ ସ୍ଥାନରେ ବାହାର ସ୍ଥାନରୁ ଡାକ୍ତର ଆସିଲେଣି। କହିଛନ୍ତି ସୁରେଶ ପୂଜାରୀ, ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ
Naxatra News is now on Whatsapp
Join and get latest news update delivered to you via whatsapp
Join Now