ପ୍ରେମିକାର ନିର୍ବନ୍ଧ ଖବର ଶୁଣି ନଦୀକୁ ଡେଇଁଲା ପ୍ରେମିକ

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ନଦୀକୁ ଡେଇଁ ପଡିଲେ ଯୁବକ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଦେବୀ ନଦୀରେ ଆଜି ଘଟିଛି ଏଭଳି ଅଭାବନୀୟ ଘଟଣା । ବଛାଳ ଗ୍ରାମର ଟୁକୁନା ଲେଙ୍କାଙ୍କ ପୁତ୍ର ସୂର୍ଯ୍ୟକାନ୍ତ ଲେଙ୍କା ଆଜି ଦେବୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ଶିଖରଘାଟ ପୋଲ ଉପରେ ନିଜର ବାଇକ ଘଣ୍ଟା ଓ ମୋବାଇଲ ରଖି ନିଜ ସାଙ୍ଗକୁ ଆସି ନେଇଯିବାକୁ କହିଥିବା ବେଳେ ପରିବାର, ଗ୍ରାମବାସୀ ଓ ସାଙ୍ଗସାଥି ମାନେ ନଦୀ ରେ ଖୋଜାଖୋଜି କରି ବିଫଳ ହୋଇଛନ୍ତି । ଏବେ ଅଗ୍ନିସମ ବିଭାଗ ଆସି ନଦୀରେ ସୂର୍ଯ୍ୟକାନ୍ତଙ୍କୁ ଖୋଜୁଥିବା ବେଳେ ଘଟଣାସ୍ଥଳରେ ଆସି ସ୍ତାନୀୟ ବିଧାୟକ ଅମରେନ୍ଦ୍ର ଦାସ ପହଂଚି ଓଡ୍ରାଫ ଟିମର ସହାୟତା ନେଇଛନ୍ତି । ତେବେ ସୂର୍ଯ୍ୟକାନ୍ତ ଯାହାକୁ ଭଲ ପାଉଥିଲେ ତାଙ୍କର ନିକଟରେ ନିର୍ବନ୍ଧ ହୋଇ ସାରିଥିବା ଖବର ପାଇ ସେ ଏପରି କରିଥିବା ଚର୍ଚ୍ଚା ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *