ସ୍ତ୍ରୀ ପୁଅକୁ ହାଣି ଫେରାର ଥିଲେ, ଆଜି ନଦୀରୁ ମିଳିଲା ମୃତ ଦେହ

ଗତକାଲି  ପୁଅ ଓ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିବା ବାପାର ମୃତ ଦେହ ସୁବର୍ଣ୍ଣରେଖା ନଦୀରୁ ଉଦ୍ଧାର ହୋଇଛି। ଆଜି ସକାଳେ ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ ଦହମୁଣ୍ଡା ନିକଟରେ ଏକ ମୃତ୍ୟୁ ଦେହ ପାଣିରେ ଭାସୁଥିବାର ସ୍ଥାନୀୟ ଲୋକେ ଜାଣିବା ପାଇଁ ପାଇଥିଲେ। ଏନେଇ ଗତକାଲି ଠୁ ସ୍ୱାମୀ ଓ ପୁଅକୁ ହାଣି ଫେରାର ଥିବା ପଲଟୁ ଜେନାଙ୍କ ମୃତ ଦେହ ବୋଲି ସନ୍ଦେହ କରୁଥିଲେ। ଏନେଇ ପୋଲିସରେ ଖବର ଦେବା ପରେ ପୋଲିସ ଉପସ୍ଥିତିରେ ଓଡ୍ରାଫ ଟିମ ପହଂଚି ମୃତ ଦେହଟିକୁ ଉଦ୍ଧାର କରିବା ପରେ ଏହା ଫେରାର ଥିବା ପଲଟୁର ମୃତ ଦେହ ବୋଲି ଜଣା ପଡ଼ିଛି ।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ଗ୍ରାମରେ ପାରିବାରିକ କଳହରୁ ପଲଟୁ ଜେନା ନିଜ ସ୍ୱାମୀ ଓ ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ଲହୁ ଲୁହାଣ କରି ଫେରାର ହୋଇ ଯାଇଥିଲେ। ଘଟଣା ଘଟିବା ପରେ ଘରର କିଛି ଦୂରରୁ ଏକ ଧାରୁଆ  ଟାଙ୍ଗିଆକୁ ଗାଁ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ତେବେ ସ୍ତ୍ରୀ ଓ ପୁଅ କଟକ ବଡ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିଲା ବେଳେ ସ୍ୱାମୀ ଗତକାଲି ଠୁ ନିଖୋଜ ଥିଲେ। ଏହାକୁ ପୋଲିସ ତଦନ୍ତ କରୁଥିଲା ବେଳେ ଆଜି ସକାଳେ ସୁବର୍ଣ୍ଣରେଖା ନଦୀରେ ନିଜ ଗାଁ ଦହମୁଣ୍ଡା ନିକଟରୁ ତାଙ୍କ ମୃତ ଉଦ୍ଧାର କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *