ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ

ବ୍ରହ୍ମପୁରରେ ଏକ ଘରୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଗୋଇଲୁଣ୍ଡି ଛକ ସ୍ଥିତ ଘରୋଇ ମେଡିକାଲ ବିନାୟକ ହସ୍ପିଟାଲ ରାତିରେ ପ୍ରବଳ ଉତେଜନା ଦେଖାଦେଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ରଙ୍ଗେଇଲୁଣ୍ଡା ବ୍ଲକ ବାଘଲଟି ଅଂଚଳର ବଳରାମ ଗୌଡ(୨୫) ଗତ ୧୦ତାରିଖରେ ଦିଗପହଣ୍ଡି ଥାନା ଅଂଚଳରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି କାଜୁଆଲଟିରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ସହ ଏକ୍ସରେ କରାଯାଇଥିଲା । ଏହି ସମୟରେ କାଜୁଆଲଟିରେ ଚିକିତ୍ସା କରୁଥିବା ଡାକ୍ତର ଦିଲ୍ଲୀପ ପ୍ରଧାନ ବଡ଼ ମେଡିକାଲରେ ଚିକିତ୍ସା ବିଳମ୍ବ ହେବା ସହ ସେ ଚିକିତ୍ସା କରୁଥିବା ଘରୋଇ ହସପିଟାଲ ନେଲେ, ରୋଗୀଙ୍କୁ ୨ଦିନରେ ଚିକିତ୍ସା କରି ଠିଆ କରି ଦେବି କହିଥିଲେ ।

ପରେ ୧୧ତାରିଖରେ ବିନାୟକ ହସପିଟାଲରେ ଭର୍ତି କରାଯାଇଥିଲା । ହସପିଟାଲରେ ଭର୍ତି କରି ଦେବା ପରେ ଆଉ ଡାକ୍ତରଙ୍କ ଦେଖାନଥିଲା । ୨ଦିନ ପରେ ଅର୍ଥାତ ଗତକାଲି ସନ୍ଧ୍ୟା ୫ଟା ବେଳେ ବଳରାମଙ୍କୁ ଅପରେସନ୍ ଥିଏଟର ନିଆଯାଇଥିଲା ଅପରେସନ୍ କରିବା ପାଇଁ । ୨ଘଂଟା ପରେ ପ୍ରାୟ ୭ଟା ବେଳକୁ ବଳରାମ ଗୁରୁତର ଥିବା କହି ଏକ ଆମ୍ବୁଲାନ୍ସ ଯୋଗେ ଏମ୍ସ ନେବାକୁ କହିଥିଲେ । ରାସ୍ତାରେ ବଳରାମଙ୍କ ପ୍ରାଣବାୟୁ ଅଟକିଯାଇଥିଲା । ସେଠାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତି କରିବାରୁ ଡାକ୍ତର ମୃତ ଘୋଷଣା କରିଥିଲେ । ଡାକ୍ତର ଠିକ୍ ଭାବେ ନ ଆସିବା ଓ ଜାଣିଶୁଣି ଚିକିତ୍ସାରେ ଅବହେଳା କରିବାରୁ ବଳରାମଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ପ୍ରଶ୍ନ ଉଠିଛି ଯେ, ବଳରାମଙ୍କ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ, ମେଡିକାଲ କାଜୁଆଲଟି କାର୍ଯ୍ୟ କରୁଥିବା ଡା. ଦିଲ୍ଲୀପ ପ୍ରଧାନ କିଭଳି ବଳରାମଙ୍କୁ ମେଡିକାଲରେ ଚିକିତ୍ସା କରିବା ପରିବର୍ତେ ଘରୋଇ ମେଡିକାଲ ନେବାକୁ କହିଥିଲେ ତାହା ଉପରେ ତଦନ୍ତ କରାଯାଉ ବୋଲି ଦାବି ଉଠିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *