ରେଳ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର

ଲୋହ ଦାନବ ର ରକ୍ତ ଭୋଜି । ରେଳ ଲାଇନ ରୁ ଯୁବକ ଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ଷ୍ଟେସନ ନିକଟରେ ମୃତଦେହ ଠାବ । ମୃତ ଯୁବକ ଜଣକ ହେଲେ ପୁରୁଣାପାଣି ଗ୍ରାମର ନମନ୍ଦ୍ର ବେହେରା । ମୃତ୍ୟୁ ର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାମୁତାବକ ଆଜି ସକାଳୁ ପୁରୁଣାପାଣି ରେଳଷ୍ଟେସନ ନିକଟ ଗ୍ରାମ ସାନଡୁଙ୍ଗୁରିପାଲି ଗ୍ରାମର କିଛି ଲୋକ ଶୌଚ ପାଇଁ ପୋଖରୀ ଆସୁଥିବା ସମୟରେ ରେଳ ଧାରଣା ଉପରେ ଏକ ଯୁବକ ଙ୍କ ଖଣ୍ଡବିଖଣ୍ଡିତ ମୃତ୍ୟୁ ଦେହ ଦେଖିବାକୁ ପାଇଥିଲେ । ପରେ ସେମାନେ ପୋଲିସ କୁ ଖବର ଦେଇଥିଲେ । ଏବେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ସହ ବଲାଙ୍ଗୀର GRP ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ହେଲେ ପୁରୁଣାପାଣି ଗ୍ରାମର ନରେନ୍ଦ୍ର ବେହେରା । ତେବେ ନରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆଣି ରେଳ ଧାରଣା ରେ ପକାଯାଇଛି ତାହା ତଦନ୍ତ ର ବିଷୟ । ଏହାର ତଦନ୍ତ କରି ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *