ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ

ପୁରୀ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ। ପୁରୀ ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଛକ ନିକଟରେ ଥିବା ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଘଟିଛି ଏଭଳି ଘଟଣା। ମୃତ ଯୁବକ ହେଉଛନ୍ତି ଚକ୍ରତୀର୍ଥ ରୋଡ ନୂଆ ସାହିର ଡି. ରାମ ମୁର୍ତ୍ତୀ।‌ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସଦର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ମୃତ ଯୁବକଙ୍କ ମା ଙ୍କ ସୂଚନା ଅନୁଯାୟୀ ଡି. ରାମ ମୂର୍ତ୍ତୀ ଅତ୍ୟଧିକ ନିଶା ସେବନ କରୁଥିଲେ। ଗତ ୨୩ ତାରିଖରେ ତାଙ୍କୁ ମଙ୍ଗରାଜପୁର ଛକ ନିକଟ ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଗତକାଲି ସକାଳ ୧୦ ଟା ବେଳେ ପୁଅର ମୃତ୍ୟୁ ଖବର ଆସିଥିଲା ପରିବାର ଲୋକଙ୍କୁ। ତେବେ ପୁଅର ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହରେ ଅଛନ୍ତି।‌ ନିଶା ନିବାରଣ କେନ୍ଦ୍ରରେ ପୁଅର କିଭଳି ମୃତ୍ୟୁ ହେଲା ପୋଲିସ ଅନୁସନ୍ଧାନ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମୃତ ଯୁବକଙ୍କ ପରିବାର ଲୋକେ ଦାବି କରିଛନ୍ତି। ଆଜି ପରିବାର ଲୋକେ ଏସ୍ପି ଅଫିସ ଯାଇ ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ  ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ପ୍ରତିବାଦରେ ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଲୋକଙ୍କ ପ୍ରତିବାଦ। ନିଶା ନିବାରଣ କେନ୍ଦ୍ରରେ ଯୁବକ ଡି ରାମ ମୂର୍ତ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ। ତୁରନ୍ତ ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି।

ସେପଟେ ଘଟଣା କୁ ଗୁରୁତ୍ୱ ର ସହ ନିଆଯାଇ ତଦନ୍ତ କରାଯାଉଛି l ଦୋଷୀ ଙ୍କ ବିରୋଧ ରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସଦର ଏସ ଡି ପି ଓ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *