ପୁରୀ ବଳିଆପଣ୍ଡା,ଲାଇଟ ହାଉସ ଛକ ନିକଟରେ ଆଜି ଭୋର ସକାଳୁ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ cctvରେ କଏଦ ହୋଇଛି । ଅଟୋ ଚାଳକଙ୍କ ନାମ ହେଉଛି ବଳରାମ ବିଶ୍ୱାସ । ଘର ବାଳିଆପଣ୍ଡା ଅଂଚଳର ବୋଲି ଜଣା ପଡିଛି । ବଳରାମ ଆଜି ଭୋର ରୁ ଭଡା କରିବା ପାଇଁ ଲାଇଟ ହାଉସ ଛକ ନିକଟରେ ନିଜ ଅଟୋ ସହ ଠିଆ ହୋଇଥିଲେ । ଏହି ସମୟରେ ଏକ ଦ୍ରୁତ ଗତିରେ ଏକ ଚାରିଚକିଆ ଜାନ ବଳରାମ ଓ ତାଙ୍କ ଅଟୋ କୁ ପଛ ପଟୁ ଧକ୍କା ଦେଇଥିଲା । ବଳରାମ ଙ୍କୁ ଗୁରୁତର ଅବସ୍ଥା ରେ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା । ଏ ଦୁର୍ଘଟଣାକୁ ନେଇ ପୁରୀ ବଳିଆପଣ୍ଡା ଥାନା ଏକ ଏତଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now