ଭଦ୍ରକ ଜିଲ୍ଲାର ଭିନ୍ନ ଏକ ପୂଣ୍ୟକ୍ଷେତ୍ର କାଉପୁର। ଯେଉଁଠି ଦୁଇ ଯୁଗ ତ୍ରେତ୍ବୟା ଓ ଦ୍ବାପର ର ଯୁଗାବତାରୀଙ୍କ ଉପସ୍ଥିତି ଥିବା କିମ୍ବଦନ୍ତୀ ରହିଛି। ସ୍ଥାନୀୟ ଅଞ୍ଚଳ ଦେବରକୁଣ୍ଡ ପାଇଁ ପ୍ରସିଦ୍ଧି ଲାଭ କରିଛି। ତେବେ ପବିତ୍ର ଭୌମ ଏକାଦଶୀରେ ହଜାର ହଜାର ଶ୍ରଦ୍ଧାଳୁ ଏହି ଦେବରକୁଣ୍ଡରେ ବୁଡ଼ ପକାଇ ସମସ୍ତ ପାପରୁ ମୁକ୍ତି ହୋଇ ପୁଣ୍ୟ ଅର୍ଜନ କରିଥIନ୍ତି ବୋଲି ବିଶ୍ୱାସ ରହିଛି। କାଉପୁର ଅଞ୍ଚଳ ବଣଜଙ୍ଗଲ ଭରା ଏହି ଅଞ୍ଚଳର ମଧ୍ୟଭାଗରେ ବହିଯାଉଛି ପୂଣ୍ୟତୋୟା ସାଳନ୍ଦୀ ନଦୀ। ହେଲେ ଏହି ଅଞ୍ଚଳର ସମ୍ପୃକ୍ତି ଦୁଇଟି ଯୁଗ ସହ ରହିଥିବା ଜଣାଯାଏ। ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବଙ୍କ ବନବାସ କାଳରେ ଏହି ଅଞ୍ଚଳରେ ସେମାନେ ଅବସ୍ଥାନ କରିଥିବା ଲୋକକଥାରୁ ଜଣାଯାଏ। ସ୍ଥାନୀୟ ଅଞ୍ଚଳରେ ଥିବା ଭୀମଚୂଲି,ଭୀମଗଦା,ଆଣ୍ଠୁଆ ପୋଖରୀ, ସେ ଯୁଗର ସେମାନଙ୍କର ଉପସ୍ଥିତି ର ସଂକେତ ବୋଲି ସ୍ଥାନିୟ ବୁଦ୍ଧିଜୀବି ମତ ରଖିନ୍ତି। ସେହିପରି ତ୍ରେତ୍ବୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ଏହି ଅଞ୍ଚଳଦେଇ ଅତିକ୍ରମ କରୁଥିବା ସମୟରେ ମାତା ସୀତାଙ୍କ ଶୌଚ ନିମନ୍ତେ ଜଳର ଆବଶ୍ୟକ ପଡିଥିଲା ତେବେ ଅଗ୍ରଜ ରାମଚନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମଣ ଶରବିଦ୍ଧ କରି ଏକ ଜଳକୁଣ୍ଡର ପ୍ରସ୍ତୁତ କରିଥିଲେ। ଯାହା ଆଜି ସିତାକୁଣ୍ଡ ବା ଦିଅର କୁଣ୍ଡ ନାମରେ ନାମିତ ଏବଂ ଦୃଶ୍ୟମାନ ।
ଦେବରକୁଣ୍ଡ ମେଳାରେ ଏହି ଅଞ୍ଚଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁମାନେ ଏହି କୁଣ୍ଡରେ ବୁଡ ପକାଇ ପୂଣ୍ଣ୍ୟ ଅର୍ଜନ କରିବା ସହ ସମସ୍ତ କାର୍ଯ୍ୟସିଦ୍ଧି ହୋଇଥାଏ ବୋଲି ବିଶ୍ବାସ ରହିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ନଦୀକୂଳରେ ଏକ ରାମ ମନ୍ଦିର ନିର୍ମାଣ କରାଯାଇଛି। ଦୀର୍ଘ ୧୫ ଦିନ ଧରି ମେଳା ଲାଗିଥାଏ ରହିଥିବା ବେଳେ ଯାତ୍ରା ଓ ପ୍ରସିଦ୍ଧି ମେଳା ଶ୍ରଦ୍ଧାଳୁଙ୍କ ମନମୋହିଥାଏ। ହେଲେ ଏହି ମେଳା ପ୍ରସିଦ୍ଧି ଲାଭ କରି ଥିବାବେଳେ,ପ୍ରଶାସନ ପକ୍ଷରୁ ଏହା ଏକ ପୂଣ୍ୟକ୍ଷେତ୍ର ଜାଣି ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ଦେବୋତ୍ତର ବିଭାଗ କିମ୍ବା ପ୍ରତ୍ନତତ୍ବ ବିଭାଗ ଏହି ଦେବରରକୁଣ୍ଡର ରହସ୍ୟ ଉନ୍ମୋଚନ ସହ ବିକାଶ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
ତ୍ରେତୟା ଓ ଦ୍ୱାପର ଯୁଗର କିମ୍ବଦନ୍ତୀ ବହନ କରୁଥିବା ଏହି ଦେବରକୁଣ୍ଡକୁ ରାଜ୍ୟ ସରକାର ଦର୍ଶନୀୟ ସ୍ଥାନ ଭାବରେ ମାନ୍ୟତା ଦେବା ପାଇଁ ଦାବି ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now