କୁବେର DFO ଗିରଫ ।ଦୁଇ ଦିନର ଚଢ଼ାଉ ପରେ କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନ୍ ର DFO ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କଲା ଭିଜିଲାନସ୍ । ତାଙ୍କର ଅନୁଗୁଳ ଛେଣ୍ଡିପଦାରେ ୩୦ ଲକ୍ଷ ଟଙ୍କାର ଗୋଟିଏ ବଡ଼ ଫାର୍ମ ହାଉସ୍, ଅନୁଗୁଳରେ ୧୧୫ଟି ମୂଲ୍ୟବାନ ପ୍ଲଟ, ୧୦ଲକ୍ଷ ଟଙ୍କାରୁ ଉର୍ଧ୍ବ ନଗଦ ଟଙ୍କା, ଗୋଟିଏ ବନ୍ଧୁକ, ଗୋଟିଏ ପିସ୍ତଲ୍, ଧନୁ, ତୀର ଆଦି ଜବତ କରିଛି ଭିଜିଲାନସ୍ । ତାଙ୍କର ଦେଢ଼ ଏକର ପରିମିତ ଫାର୍ମ ହାଉସ୍ ରେ ୨ଟି ବୋରୱେଲ୍, ଗୋଟିଏ କୂଅ, ଗୋଟିଏ ପୋଖରୀ, ଶତାଧିକ ନଡ଼ିଆ, କଦଳୀ ଆମ୍ବଗଛ ରହିଛି । ପୂର୍ବରୁ ଭିଜିଲାନସ୍ ବିଭାଗ ତାଙ୍କର ଏକ ୪ ମହଲା ବିଶିଷ୍ଟ ୯ ହଜାର ବର୍ଗଫୁଟ୍ ର ଘର , ୧୧୫ଟି ମୂଲ୍ୟବାନ Plot, ୨୦୦ ଗ୍ରାମ୍ ସୁନା, ୧୦.୨୫ ଲକ୍ଷ ନଗଦ ଟଙ୍କା, ୫୦.୩୮ ଲକ୍ଷ ଟଙ୍କାର ଜମା, ୨ଟି ୪ଚକିଆ ଯାନ ଠାବ ହୋଇଛି । ଏହି ପରିପ୍ରେକ୍ଷରେ, ବାଲେଶ୍ଵର ଭିଜିଲାନସ୍ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ୬/୨୦୨୫ କେସ୍ ରୁଜୁ କରି ତାଙ୍କୁ ଗିରଫ କରାଯାଇଛି । ଏହାପରେ ତାଙ୍କୁ କେନ୍ଦୁଝର ସ୍ଵତନ୍ତ୍ର ଭିଜିଲାନସ୍ କୋର୍ଟରେ ହାଜର କରାଯିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now