ରିଆମାଳ ବ୍ଲକ୍ କୁଣ୍ଢେଈଗୋଳା ଫରେଷ୍ଟ ରେଞ୍ଜ ସଙ୍ଘାପସି ଗ୍ରାମରେ ହାତୀ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଏକ ମହିଳା କୁ ଦଳି ମାରିଦେଇଛି ଦନ୍ତା ହାତୀ। ମୃତକ ଜଣକ ୫୦ ବର୍ଷୀୟ ଦିଗାମ୍ବର ବେହେରା ଙ୍କ ସ୍ତ୍ରୀ କୁନି ବେହେରା । ଗତ ରାତିରେ ଦୁଇ ଦନ୍ତା ଆସି କୁନି ବେହେରାଙ୍କ ନିଜ ମକା ବାଡିରେ ପସି ଫସଲ ନଷ୍ଟ କରିବା ସମୟରେ ଗୋରୁ ଗାଈଙ୍କ ରଡି ଶୁଣି କୁନି ମକା ବାରି କୁ ଯାଇ ହାତୀ ଆକ୍ରମଣରୁ ଗାଈଙ୍କୁ ବଞ୍ଚାଇବାକୁ ଯାଇଥିବା ସମୟରେ ଏକ ଦନ୍ତା କୁନି ଙ୍କୁ ଦଳି ମାରି ଦେଇଥିବା ଜଣାପଡ଼ିଛି। ଆଜି ସକାଳେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ଘଟଣା ର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଜଙ୍ଗଲି ହାତୀ କବଳରୁ ନିଜ ଧନ ଜୀବନ ବଞ୍ଚାଇବାକୁ ଯାଇ ସାଧାରଣ ଚାଷୀ ବହୁ ସମୟରେ ମୃତ୍ୟୁ ମୁଖରେ ପଡୁଥିବା ଘଟଣା ଦେବଗଡ ଜିଲ୍ଲା ରେ ବାରମ୍ବାର ଘଟୁଥିବାର ନଜର ରହିଛି। ବନ ବିଭାଗ ତଥା ରାଜ୍ୟ ସରକାର ଏ ଦୀଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଇ ଲୋକଙ୍କ ବହୁମୁଲ୍ୟ ଧନଜିବନ କୁ ସୁରକ୍ଷା ପ୍ରଦାନ କରିବା ଉଚିତ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now