ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳର କତଡା ଡ଼ଙ୍ଗାଧର ସାହିରେ ଘଟିଛି ଅଭାବନୀୟ ଘଟଣା । ହାତୀ ଘଉଡ଼ାଇଵା ଯାଇଥିବା ବେଳେ ବେଳେ ହାତୀ ଆକ୍ରମଣରେ ଗଜସାଥିଙ୍କର ମୃତ୍ୟୁ । ମୃତକ ହେଲେ କତଡା ଗାଁର ଯୁଗଳ ନାଏକ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି l ଜରପଡା ପୋଲିସ ଓ ବନବିଭାଗ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା ପାଇଁ ଉଦ୍ୟମ ଚଳାଇଛି l ସୂଚନା ଯେ ଜରପଡା ବନାଞ୍ଚଳର କତଡା ଭାଗିରଥିପୁର ଡ଼ଙ୍ଗାଧର ସାହିକୁ ବିଳମ୍ବିତ ରାତିରେ ହାତୀପଲ ଗାଁ ନିକଟକୁ ପଶି ଆସିଥିଲେ l ଖବର ପାଇ ହାତୀ ସ୍କୱାର୍ଡ ଓ ଗଜସାଥି ମିଳିତ ଭାବେ ହାତୀ ଘଉଡ଼ାଇବା ପାଇଁ ଡ଼ଙ୍ଗାଧର ସାହିକୁ ଯାଇଥିଲେ l ସେଠାରେ ହାତୀ ଘଉଡ଼ାଇଵା ବେଳେ ଏକ ହାତୀ ହାବୁଡ଼ରେ ଗଜସାଥି ଯୁଗଳ ନାଏକ ପଡିଯାଇଥିଲେ l ଫଳରେ ସାଥି କର୍ମଚାରୀ ମାନଙ୍କ ଆଗରେ ଯୁଗଳକୁ ଶୁଣ୍ଢରେ କଚାଡି ମାରି ଦେଇଥିଲା ହାତୀ l ଏନେଇ ଖବର ପାଇ ଘଟଣାସ୍ଥଳରେ ଯୁଗଳଙ୍କ ପରିବାର ସ୍ଥାନୀୟ ଲୋକେ ପହଁଚିଥିବା ବେଳେ ହାତୀ ଆକ୍ରମଣରେ ଯୁଗଳଙ୍କ ମୃତ୍ୟକୁ ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଛି l
Naxatra News is now on Whatsapp
Join and get latest news update delivered to you via whatsapp
Join Now