ଦେବଗଡ ଜିଲା ହିନ୍ଦୁ ସୁରକ୍ଷା ମଂଚ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଘଟଣାର ପ୍ରତିବାଦ କରାଯାଇଛି l ବାଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ସୁରକ୍ଷା ଦାବି କରି ଦେବଗଡ ଜିଲ୍ଲାର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରୁ ବାହାରି ସହରର ବିଭିନ୍ନ ଛକ ପରିକ୍ରମା ପରେ ବାଲିରୋଇ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସମେତ ଏ ସମ୍ବନ୍ଧୀୟ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now