ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା। ଶ୍ରେଣୀଗୃହରେ ରାତି ସାରା ବନ୍ଦ ରହିଲେ କୁନି ଛାତ୍ରୀ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଦାୟିତ୍ୱହୀନତା ଯୋଗୁଁ ଜଣେ ଛାତ୍ରୀ ରାତିସାରା ସ୍କୁଲ୍ରେ ଆବଦ୍ଧ ହୋଇ ରହିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତକାଲି ସ୍କୁଲ ଛୁଟି ସମୟରେ ଶ୍ରେଣୀ ଗୃହରେ ତାଲା ପକାଇ ଚାଲିଯାଇଥିଲା ସ୍କୁଲ କର୍ତୁପକ୍ଷ। କିନ୍ତୁ ଦ୍ବିତୀୟ ଶ୍ରେଣୀର ଛାତ୍ରୀ ଜ୍ୟୋସ୍ନା ଦେହୁରୀ ଶ୍ରେଣୀଗୃହରେ ରହିଯାଇଥିଲେ। ପରିବାର ଲୋକେ ରାତି ସାରା ଖୋଜାଖୋଜି କରିଥିଲେ ବି ପାଇନଥିଲେ। କିନ୍ତୁ ହାରି ଯାଇନଥିଲେ କୁନି ଝିଅ। ଶ୍ରେଣୀଗୃହରୁ ବାହାରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ନିଜର ସବୁ ବଳ ଲଗାଇ ଝରକା ରେଲିଂ ଦେଇ ବାହାରିବାକୁ ଚେଷ୍ଟା କରିଥିଲେ। ଲୁହା ରେଲିଂକୁ ବଙ୍କା କରିଥିଲେ ବି ଗୋଡ ଦୁଇଟି ବାହାରି ବାହାରିଗଲା ସିନା କିନ୍ତୁ ଝରକାରେ ଫସି ଯାଇଥିଲା ମୁଣ୍ଡ। ଅଣ୍ଟାରୁ ମୁଣ୍ଡ ପର୍ଯ୍ୟନ୍ତ ଲଟକି ରହି ରାତି ସାରା କଷ୍ଟ ପାଇ ସଂଘର୍ଷ କରିଚାଲିଥିଲା l ସକାଳେ ପରିବାର ଲୋକ ଏବଂ ଗ୍ରାମବାସୀ ଝିଅଟିକୁ ଏପରି ଅବସ୍ଥାରେ ଦେଖିଥିଲେ। ରୋଷେୟା ଠାରୁ ଚାବି ଆଣି ଶ୍ରେଣୀ ଗୃହର କବାଟ ଖୋଲି ଝରକାର ଲୁହାକୁ ବଙ୍କା କରି ଝିଅକୁ ଉଦ୍ଧାର କରିଥିଲେ ।
କୁନି ଝିଅକୁ ଉଦ୍ଧାର ପରେ ତାଙ୍କ ବାପା ଓ ପ୍ରଧାନ ଶିକ୍ଷକ ଝିଅ କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଇ ସ୍କୁଲକୁ ଫେରାଇ ଆଣିଛନ୍ତି । ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ,ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଦାୟିତ୍ୱହୀନତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ
Naxatra News is now on Whatsapp
Join and get latest news update delivered to you via whatsapp
Join Now