ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ଚଢ଼ାଉ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ଚଢ଼ାଉ । ସକାଳୁ ସକାଳୁ ସ୍ବର୍ଗତ ନବ ଦାସଙ୍କ ବିଭିନ୍ନ ଠିକଣାରେ ଏକ ବଡ଼ ଧରଣର ଚଢ଼ାଉ ଜାରି ରହିଛି । ଏକାବେଳେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଆଜି ସକାଳ ୫ଟାରୁ ଆରମ୍ଭ ହୋଇଛି ରେଡ୍ । ଦୀପାଳି ଦାସ ପୁରୀରୁ ଫେରୁଥିବାବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି । ଉଭୟଙ୍କ ଉପରେ ଆଇଟି ଟିମ ନଜର ରଖିଛି । ଏଥିସହ ନବ ଦାସଙ୍କ ବ୍ୟାବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍‌ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *