ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ମୁଖ ଦର୍ଶନ ପାଇଁ ବଢ଼ି ଭୋରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ।ଆରମ୍ଭ ହୋଇଛି ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏଥିପାଇଁ ମାଙ୍କ ମୁଖ ଦର୍ଶନ ପାଇଁ ବଢ଼ି ଭୋରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଛି । ମାଙ୍କ ଗର୍ଭଗୃହକୁ ଯାଇ ମୁଖ ଦର୍ଶନ ଓ ଚରଣ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନ ରେ ଛିଡା ହୋଇଥିଲେ । ମାଙ୍କ ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଗତକାଲି ମାଙ୍କ ରଥ ପ୍ରତିଷ୍ଠା ହୋଇଛି । ଆଜି ଠାରୁ ପ୍ରତ୍ୟେକ ଦିନ ମନ୍ଦୀର ଚାରିପଟେ ମାଙ୍କ ରଥ ପରିକ୍ରମା କରିବ । ବିଶ୍ୱାସ ରହିଛି ମାଙ୍କ ରଥଯାତ୍ରା ଓ ପାଦଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବ । ସେପଟେ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ମନ୍ଦୀର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।
ଗତକାଲି ଠାରୁ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ । ମାଙ୍କ ମୁଖଦର୍ଶନ ପାଇଁ ବଢ଼ିଭୋରୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । ଉଭୟ ପୁରୁଷ ଓ ମହିଳା ଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବାରିକେଟ । ବିଶ୍ୱାସ ରହିଛି ଏହି ନବରାତ୍ରରେ ମାଙ୍କ ମୁଖଦର୍ଶନ କଲେ ଅନେକ ପୂଣ୍ୟ ମିଳିିଥାଏ । ଏଥିପାଇଁ କାହିଁ କେତେ ଦୂର ଦୂରାନ୍ତରୁ ଛୁଟିଆସିଥିଲେ ଶ୍ରଦ୍ଧାଳୁ । ମାଙ୍କ ମୁଖ ଦର୍ଶନ କରିବା ପରେ ବେଶ ଆନନ୍ଦ ଅନୁଭବ କରିଥିଲେ ଶ୍ରଦ୍ଧାଳୁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now