ବ୍ରହ୍ମପୁରର ମାଁ ସାଆନ୍ତାଣୀ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଉଦଯାପିତ । ଦୀର୍ଘ ୨୬ ଦିନର ଯାତ୍ରା ପରେ ମଙ୍ଗଳବାର ଭୋରରୁ ମାଙ୍କ ଯାତ୍ରା ଶେଷ ହୋଇଛି । ସୋମବାର ରାତିରେ ମା ବାପଘରୁ ତଥା ଅସ୍ଥାୟୀ ମଣ୍ଡପରୁ, ଶାଶୁଘରକୁ ତଥା ମୁଖ୍ୟମନ୍ଦିରକୁ ଫେରିବା ବେଳେ ଲୋକାରଣ୍ୟ ହୋଇପଡିଥିଲା ବ୍ରହ୍ମପୁର। ରେଶମ ନଗରୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥିଲା । ଶାଶୁଘର ପକ୍ଷରୁ ସେବକ ମାନେ ବିଭିନ୍ନ ସାମଗ୍ରୀ ନେଇ ପହଞ୍ଚିଥିଲେ ଦେଶୀ ବେହେରାଙ୍କ ଘରେ । ଆଉ ପୁଣି ଶାଶୁଘରକୁ ଫେରିବା ପାଇଁ ନିମନ୍ତ୍ରଣ କରିଥିଲେ । ପୁଜାର୍ଚ୍ଚନା ପରେ ବିଳମ୍ବିତ ରାତିରେ ଦେଶୀ ବେହେରାଙ୍କ ପତ୍ନୀ ପି.ଦେବକୀ ମାଙ୍କ ମୁଖ୍ୟ ଘଟକୁ ମଣ୍ଡନ କରିଥିବା ବେଳେ ଅନ୍ୟ ୮ଟି ପାର୍ଶ୍ୱ ଘଟକୁ ସେନାପତିଙ୍କ ସ୍ତ୍ରୀ ମାନେ ମଣ୍ଡନ କରି ବାହାରିଥିଲେ । ଆଉ ସହସ୍ରାକ୍ଷି ଘଟକୁ ଶାଶୁଘର ପକ୍ଷରୁ ଭବାନୀ ମଣ୍ଡନ କରିଥିଲେ । ଘଣ୍ଟଘଣ୍ଟା, ଢୋଲ ମୃଦଙ୍ଗ ଗିନି ବାଦ୍ୟରେ ପ୍ରକଂପିତ ହୋଇଥିଲା ସାରା ସହର । ବିରାଟ ପଟୁଆରରେ ମା ବାହାରିଥିଲେ ଶାଶୁଘର ଅଭିମୁଖେ। ଏହି ଘଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ।
ଅସ୍ଥାୟୀ ମନ୍ଦିରରୁ ବାହାରି ମା ନଡିଆଗୁର୍ଜି, ସାନବଜାର, ବାଚୁବାରି ସାହି, ଖାସ୍ପା ସାହି ଆଦ ପରିକ୍ରମା କରିବା ପରେ ଜଉରାସାହିରେ ଘଟ ପହଞ୍ଚିଥିଲା। ସେଠାରେ ମାଙ୍କ ମାଉସୀ ମା ଘରେ ପୋଡପିଠା, ଗଜାମୁଗ, ମିଠା ଆଦି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଭୋଗ ଲାଗି ପରେ ବାହାରିଥିଲେ । ପରେ ଆଉ କିଛି ସାହି ପରିକ୍ରମା କରି ବାହାରିଥିଲେ ମୁଖ୍ୟ ମନ୍ଦିର ଅଭିମୁଖେ ମା। ଏବଂ ଭୋର ୪ଟା ବେଳେ ଘଟ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲା। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।
ସରିଲା ବ୍ରହ୍ମପୁର ର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ପୁଣି ଥରେ ଦୁଇ ବର୍ଷ କୁ ଅପେକ୍ଷା

Naxatra News is now on Whatsapp
Join and get latest news update delivered to you via whatsapp
Join Now