ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ରେଜଲ୍ଟ ପ୍ରକାଶ କରିବା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ।ଏ ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଖାତା ଦେଖା । ଏଥିରେ ୧୧ ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ ।
www.bseodisha.ac.in ରେଜଲ୍ଟ ଦେଖିପାରିବେ ।ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କରି ପଠାଇଲେ ରେଜଲ୍ଟ ଦେଖିପାରିବେ ।ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ
www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଯେଉଁ ଠାରେ ଇଣ୍ଟରନେଟ ସୁବିଧା ନଥିବ ,ନିଜର ମୋବାଇଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଜାଣି ପାରିବେ ।

ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।

www.bseodisha.ac.in ରେଜଲ୍ଟ ଦେଖିପାରିବେ

ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କରି ପଠାଇଲେ ରେଜଲ୍ଟ ଦେଖିପାରିବେ ।

ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ

ସନ୍ଧ୍ୟା 7ଟା ପରେ ରେଜଲ୍ଟ ଡାଉନଲୋଡ କରିପାରିବେ:

ସ୍କୁଲର ପ୍ରଧାନ ଶିକ୍ଷକ ମାନେ ସନ୍ଧ୍ୟା ୭ ପରେ ୱେବସାଇଟରୁ ଡାଉନଲୋଡ଼ କରିପାରିବେ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ଷ୍ଟେଟ ଓପନ ସ୍କୁଲ ଏବଂ ମଧ୍ୟମା ଛାତ୍ରଛାତ୍ରୀ ମାନଙ୍କର ରେଜଲ୍ଟ ଆସନ୍ତାକାଲି(ଶୁକ୍ରବାର) ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଚଳିତ ବର୍ଷ କେତେ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା ?

ଚଳିତ ବର୍ଷ 5 ଲକ୍ଷ 22 ହଜାର 336 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷାର୍ଥୀ 600 ନମ୍ବରରେ ପରୀକ୍ଷା ଦେଇଥିଲେ । ସେଥିରୁ 50 ମାର୍କ ସବଜେକ୍ଟିଭ ଥିବା ବେଳେ 50 ମାର୍କ ଅବଜେକ୍ଚିଭ ଥିଲା । ମାଟ୍ରିକ ସହ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଏକା ସହିତ ମୂଲ୍ୟାୟନ କରାଯାଇଛି । ତେବେ ଚଳିତ ବର୍ଷ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା ।

ପରୀକ୍ଷା କିପରି ତ୍ରୃଟିଶୂନ୍ୟ ହେବ ସେଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଥର 286ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ପିଲା ପରୀକ୍ଷା ଦେଇଥିବା ବେଳେ 314ଟି ନୋଡାଲ ସେଣ୍ଟରର ଭିଡିଓ ଲାଇଭ କରାଯାଇଥିଲା । ଏଆଇ କ୍ୟାମେରା ମାଧ୍ୟମରେ ପରୀକ୍ଷାକୁ ନଜର ରଖାଯାଇଥିଲା । ଏଥିପାଇଁ ବୋର୍ଡ ରୁମରେ କଣ୍ଟ୍ରୋଲ ରୁମ କରାଯାଇଥିଲା । ଏଥର ପରୀକ୍ଷା ତ୍ରୁଟିଶୂନ୍ୟ ହୋଇଥିବା ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ କହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *