ଆନ୍ତର୍ଜାତିକ ଶ୍ରମିକ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ ।ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଦେଶର ପ୍ରଗତିର ଚକ୍ରକୁ ଦଶନ୍ଧି ଦଶନ୍ଧି ଧରି ଶ୍ରମିକ ମାନେ ଚଳାଇ ଆସୁଛନ୍ତି । ଶ୍ରମିକ ମାନେ କେତେବେଳେ 8 ଘଣ୍ଟା ପୁଣି କେତେବେଳେ 10 ଘଣ୍ଟା କାମ କରୁଛନ୍ତି । ବିଭିନ୍ନ ସମୟରେ ଠିକାଦାର ବା ସଂସ୍ଥା ମାନେ ଶ୍ରମିକ ମାନଙ୍କୁ 8 ଘଣ୍ଟାରୁ ଅଧିକ ସମୟ କାମ କରାଉଛନ୍ତି । ସରକାର ଗରିବ, ଶ୍ରମିକଙ୍କ ପାଇଁ ସର୍ବଦା ସମ୍ବେଦନଶୀଳ । ସଂଗଠିତ ଓ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ଆଇନଗତ ଅଧିକାର ଦିଆଯାଇଛି । ଶ୍ରମିକ ମାନେ କେମିତି ନ୍ୟାୟ ପାରିବେ, ଉପଯୁକ୍ତ ମଜୁରୀ ପାଇବେ, କମ୍ପାନୀ କିମ୍ବା ସରକାର କେମିତି ଦୁଃଖ ସମୟରେ ଛିଡା ହେବେ ସେ ନେଇ ଶ୍ରମିକ ମାନେ ଲଢେଇ କରିଥାନ୍ତି ।


ଶ୍ରମିକ ମାନଙ୍କୁ ଝିଅ ବାହାଘର ପାଇଁ 50 ହାଜର ଟଙ୍କାର ବିବାହ ସହାୟତା ଦିଆଗଲା, ଶ୍ରମିକ ପରିବାରଙ୍କୁ 3 ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା, ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଶ୍ରମିକ ପରିବାରଙ୍କୁ 6 ଲକ୍ଷ ଟଙ୍କାର ସହାୟତା, ଶ୍ରମିକ ମାନଙ୍କ ପିଲାଙ୍କୁ ଶିକ୍ଷା ସହାୟତା ଏବଂ ଅନ୍ୟାନ୍ୟ ସହାୟତା ବାବଦକୁ ଅର୍ଥ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ସରକାର । ଶ୍ରମିକ ସଂଗଠନର ବରିଷ୍ଠ ଶ୍ରମିକ ନେତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଗଲା । ବିଜେପି ସରକାର ଆସିଲା ପରେ 4 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରି 370 କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି ।
ଡୁମୁଡୁମା ଓ କଳ୍ପନା ଛକରେ ବହୁମୁଖି ପ୍ରତୀକ୍ଷା ସ୍ଥଳ ଲୋକାର୍ପଣ କରାଯାଇଛି । ପୂର୍ବରୁ ଶ୍ରମିକ ମାନେ ବିଭିନ୍ନ ଅସୁବିଧାରେ ପଡୁଥିଲେ । ଏବେ ଶ୍ରମିକ ମାନେ ବିଶ୍ରାମ, ପ୍ରତୀକ୍ଷା, ଶୌଚାଳୟ, ପାନୀୟ ଜଳ, ପାର୍କ ଭଳି ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଭୁବନେଶ୍ଵର ସମେତ ବିଭିନ୍ନ ଜିଲ୍ଲାର ବିଭିନ୍ନ ସହରରେ ମଧ୍ୟ ଶ୍ରମିକ ପ୍ରତିକ୍ଷାଳୟ କରାଯିବ ।


ଏବେ ବି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଭଳି ଜିଲ୍ଲାରୁ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି । ଆମ ରାଜ୍ୟରେ କାମ ନାହିଁ, ନଚେତ ଯଥେଷ୍ଟ କାମ ନାହିଁ । ଏହାର ସମାଧାନ କରିବା ପାଇଁ ପଡିବ । ମାତ୍ର 70 ହାଜର ପଞ୍ଜୀକୃତ ପ୍ରବାସୀ ଶ୍ରମିକ ହୋଇଛନ୍ତି । କିନ୍ତୁ 10 ଲକ୍ଷ ଲୋକ ଦାଦନ ଯାଉଛନ୍ତି । ଯାହାକି କରୋନା ବେଳେ ଜଣା ପଡ଼ିଲା । ଶ୍ରମିକ ମାନେ ବାହାରକୁ କାମ ପାଇଁ ଗଲେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି, ମାଡ଼ କରାଯାଉଛି ଓ ହତ୍ୟା କରାଯାଉଛି । ଦୁଇ ଦିନ ତଳେ ଚେନ୍ନାଇରେ ଜଣେ ଶ୍ରମିକଙ୍କୁ ହାତ ଗୋଡ଼ ବାନ୍ଧି ନିର୍ଯାତନା ଦିଆଗଲା । ତେବେ ବିଜେପି ସରକାର ଆସିଲା ପରେ ଦାଦନ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *