ସ୍ବାମୀ ଓ ସ୍ତ୍ରୀ ଙ୍କ ବିବାଦ ଭିତରେ ବଳିପଡ଼ିଲା ଶିଶୁ। ନିଜ ଜନ୍ମକଲା ପୁଅ କୁ ବିକ୍ରି କରିଦେଲା ମାଆ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପା। ଯାଜପୁର ବ୍ଲକ ବଡ ସୁଆର ଗାଁ ରେ ଏଭଳି ଅଭାବନୀୟ ଘଟଣା ସାମ୍ନା କୁ ଆସିଛି। ଗାଁ ର ପ୍ରଶାନ୍ତ ଓ ପତ୍ନୀ ପୂଜା ଙ୍କ ବିବାଦ ଯୋଗୁଁ ଅଲଗା ହୋଇଯାଇଥିଲେ। ପୂଜା ନିଜର ୭ ବର୍ଷର ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା 4 ବର୍ଷ ତଳେ ହୋଇଥିବା ବେଳେ ଏବେ ପିଲା ବିକ୍ରି ଅଭିଯୋଗ କରିଛନ୍ତି ବାପା। ଏ ନେଇ ପରିବାର ଲୋକ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କଲାପରେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ। ଘଟଣା ର ତଦନ୍ତ କରିବାକୁ ଜିଲା ଶିଶୁ ସୁରକ୍ଷା ୟୁନିଟ କୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now