ରାଜ୍ୟରେ ଡ଼ାଇରିଆ ସ୍ଥିତିକୁ ଗୁରୁତର ସହିତ ନେଉଛନ୍ତି କହଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୁଖ୍ୟମନ୍ତ୍ରୀ ଚାରୋଟି ବିଭାଗକୁ ନେଇ ସମୀକ୍ଷା କରିଛନ୍ତି । ଡ଼ାଇରିଆର ନୂଆ କେସ ଆସିବା କମିଛି । ନିୟନ୍ତ୍ରଣ କରିବା ପାଇଁ ସଚେତନତା କରାଯାଇଛି । ସ୍ଥିତି ନିୟନ୍ତ୍ରଣରେ ଅଛି । ଲୋକଙ୍କୁ ନିବେଦନ ସତର୍କ ରୁହନ୍ତୁ ସଚେତନ ରୁହନ୍ତୁ । ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସମୀକ୍ଷା କରାଯାଇଥିଲା । ଡ଼ାଇରିଆ ଯେମିତି ପୁରୀରେ ନ ବ୍ୟାପୁ ସେଥିପାଇଁ, 387 ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ନିଯୁକ୍ତ କରାଯାଇଛି । ଏହାସହ ଫାଷ୍ଟ ଏଡ଼ ସେଣ୍ଟର ଏବଂ ଆମ୍ବୁଲାନ୍ସ ବ୍ୟବସ୍ତା କରାଯାଇଛି । ଲୋକଙ୍କୁ ଆରଓ ପାଣି ଯୋଗାଇଦେବାକୁ ବ୍ୟବସ୍ତା କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now