ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ୍

ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପୋଲିସ୍ ପଞ୍ଝାରେ ଡ୍ରାଇଭର ସହ ଦୁଇ ଆନ୍ତଃ ରାଜ୍ୟ ମହିଳା ଗଞ୍ଜେଇ ମାଫିଆ । ୨୪୫ କେଜି ୧୫୦ ଗ୍ରାମ୍ ଓଜନର ଗଞ୍ଜେଇ ସହ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିଛି ପୋଲିସ୍ । କନ୍ଧମାଳରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ପ୍ରକାରେ ସାରଙ୍ଗଡ଼ ପୋଲିସ୍ ପକ୍ଷରୁ ବଣ୍ଡଗୁଡ଼ା,ଗୁଟିଙ୍ଗିଆ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ପିକ୍ଅପ୍ ଭ୍ୟାନ୍ ରେ ବେଆଇନ୍ ଭାବେ ବିପୁଳ ପରିମାଣର ଗଞ୍ଜେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ଖବର କାଣିବିଡିକା ଛକରେ ଜଗିଥିଲା ପୋଲିସ୍ । କିଛି ସମୟ ପରେ ସେହି ରାସ୍ତା ଦେଇ(OD 32G-9468) ନମ୍ବର ଯୁକ୍ତ ଏକ ପିକ୍ଅପ୍ ଭ୍ୟାନ୍ ସେହି ରାସ୍ତା ଦେଇ ଆସୁଥିବା ବେଳେ ପୋଲିସକୁ ଦେଖି ଦୃତ ଗତିରେ ଯିବାକୁ ଲାଗିଥିଲା କିନ୍ତୁ ପୋଲିସ୍ ଟିମ୍ ଗାଡ଼ିକୁ ପିଛା କରି କୁନ୍ଦାରି ଗ୍ରାମ ନିକଟରେ ଭ୍ୟାନ୍ କୁ କାବୁ କରି ଗାଡ଼ି ଯାଞ୍ଚ୍ କରିଥିଲେ । ଗାଡ଼ିରୁ ୨୪୫ କେଜି ୧୫୦ ଗ୍ରାମ୍ ଓଜନର ଗଞ୍ଜେଇ ସହ ଭ୍ୟାନ୍ ଜବତ କରିଛି ପୋଲିସ୍ । ଘଟଣାରେ ରାଇକିଆ ଥାନା ଭାଲିଆପଡ଼ା ଗ୍ରାମର ଗାଡ଼ି ଚାଳକ ଶିବନ୍ ନାୟକଙ୍କ ସମେତ ଦୁଇ ଆନ୍ତଃ ରାଜ୍ୟର ମହିଳା ମଧ୍ୟପ୍ରଦେଶର କଟନି ଜିଲ୍ଲାର କ୍ରିଷ୍ଣା ପାଢ଼ୀ ଓ ଡିଣ୍ଡୋରୀ ଜିଲ୍ଲାର ଉଲେସ୍ନା ବାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ପାର୍ବଣରେ କନ୍ଧମାଳ
ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ପ୍ଲାଷ୍ଟିକ୍ ଖେଳନା ବ୍ୟବସାୟ କରିବାକୁ ଆସି ଚତୁରତାର ସହ ଖେଳନା ବୋଝେଇ ଗାଡ଼ି ଭିତରେ ବେଆଇନ୍ ଭାବେ ଗଞ୍ଜେଇ କରୁଥିବା ନେଇ ପ୍ରାଥମିକ ତଦନରୁ ଜଣାପଡ଼ିଛି ବୋଲି କହିଛନ୍ତି ସାରଙ୍ଗଡ଼ ଥାନା ଅଧିକାରୀ ବଧୂଲିକା ବିଶ୍ବାଳ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *