ବିଚ୍ ରାସ୍ତାରେ ହାଇଡ୍ରାମା lଗିରଫ କରିବାକୁ ଆସି ହଟହଟ୍ଟା ହେଲା ଛତିଶଗଡ଼ ପୋଲିସ ।ବରଗଡ଼ର ରୁପେଶ ଝାୱର୍ ନାଁରେ ୱାରେଣ୍ଟ ଥିବା ନେଇ ଛତିଶଗଡ ପୋଲିସ ସନ୍ଧ୍ୟାରେ ତାଙ୍କୁ ଗିରଫ କରିବାକୁ ବରଗଡ଼ ଆସିଥିଲେ । ରୁପେଶ ଝୱାରକୁ ଗିରଫ କରି ନେଉଥିବା ସମୟରେ ପୋଲିସ ଓ କିଛି ଲୋକଙ୍କ ସହିତ ହୋଇଥିଲା ଧସ୍ତାଧସ୍ତି ।ଦିର୍ଘ ୨ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ଏହି ହାଇଡ୍ରାମା । ସୂଚନା ଅନୁସାରେ ୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ରୂପେସ୍ ଝାୱାର ଙ୍କ ନାଁରେ ୱାଇଣ୍ଟ ଥିବାରୁ ଛତିଶଗଡ଼ ରାଜ୍ୟ ରାୟପୁର ର ସିଭିଲ୍ ଲାଇନ ର ଦୁଇଜଣ ପୋଲିସ୍ ଗିରଫ କରିବାକୁ ଆସିଥିଲେ ।ଏହି ଘଟଣାକୁ ନେଇ ମାମଲା ଏବେ ଟାଉନ ଥାନାରେ I ଝା୍ୱାରଙ୍କ ମାଙ୍କ କହିବା ଅନୁଯାୟୀ ପୁଅକୁ ଗିରଫ୍ କରିବାକୁ ଆସିଥିବା ପୋଲିସ୍ ତାଙ୍କୁ ଠେଲା ପେଲା କରିଥିଲା
ଅନ୍ୟପଟେ ସିଭିଲ୍ ଲାଇନ୍ ଥାନା ପୋଲିସ୍ ର ଅଭିଯୋଗ ଯେ ୱାରେଣ୍ଟ ଥିବାରୁ ଗିରଫ୍ କରିବାକୁ ଆସିଥିଲୁ ।ହେଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଧସ୍ତା ଧସ୍ତି କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now