ବାତ୍ୟାକୁ ନେଇ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ବାତ୍ୟା ଦାନା କୁ ନେଇ ପୁରୀ ଜିଲ୍ଲା ପ୍ରଶାସନର‌ କିଭଳି ପ୍ରସ୍ତୁତି ହୋଇଛି ତା’ର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।‌ ଭିସି ଜରିଆରେ ଅନୁଷ୍ଠିତ ଏହି ବୈଠକ ରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବାତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ମିଶନକୁ ନେଇ ପ୍ରଶାସନିକ ସ୍ତରରେ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପର୍ଯ୍ୟଟନ ସହର ପୁରୀରେ ହଜାରହଜାର ପର୍ଯ୍ୟଟକ ପୁରୀର ବିଭିନ୍ନ ହୋଟେଲ୍,,ଲଜିଂ ମାନଙ୍କରେ ଅବସ୍ଥିତ ଅଛନ୍ତି। ସେମାନଙ୍କୁ କିଭଳି ଅଧିକ ସୁରକ୍ଷିତ ଭାବେ ରଖାଯାଇପାରିବ ସେନେଇ ହୋଟେଲ୍ ମାଲିକ ମାନଙ୍କୁ ଅବଗତ କରାଯାଇଛି। ପର୍ଯ୍ୟଟନ ଅଧିକାରୀଙ୍କ ଜରିଆରେ ହୋଟେଲ୍ ମାଲିକ ମାନେ ବାତ୍ୟା ସମୟରେ ଯେଭଳି ପୁରୀକୁ ସେମାନେ ନ ଆସିବେ ସେନେଇ ହୋଟେଲ୍ ମାଲିକ ମାନଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଘର ବାହୁଡା ଦେଇଛନ୍ତି। ସମୁଦ୍ରକୁଳରେ ସ୍ନାନ ନକରିବା ପାଇଁ ଡାକବାଜୀ ଯନ୍ତ୍ର ଦ୍ୱାରା ଲାଇଫଗାର୍ଡ ମାନେ ସଚେତନ କରୁଛନ୍ତି।  ସେପଟେ ହବିଷ୍ୟାଳି ମାନଙ୍କୁ ଚାରୋଟି ଶିବିରରେ ରଖାଯାଇଛି,, ସେମାନଙ୍କୁ କିଭଳି ଅଧିକ ସୁରକ୍ଷିତ ଭାବେ ରଖାଯାଇପାରିବ ସେନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ଆବଶ୍ୟକ ପଡିଲେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ଡଙ୍ଗା ଯୋଗେ ମାଛ ମାରିବାକୁ ଯାଇଥିଲେ ସମସ୍ତେ କୂଳକୁ ଫେରିଆସିଛନ୍ତି ବୋଲି ଅତରିକ୍ତ ଜିଲ୍ଲାପାଳ କହିଛନ୍ତି। ପ୍ରବଳ ବର୍ଷା ଓ ପବନ ବହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ତଳି ଅଞ୍ଚଳକୁ ଜଳ ନିଷ୍କାସନ କରିବାକୁ ବ୍ୟାପକ ମୋଟର ବ୍ୟବସ୍ଥା କରାଯାଇଛି। ତଳିଆ ଅଞ୍ଚଳର ବିଭିନ୍ନ ବ୍ଲକର ଅଗ୍ନିଶମ ବାହିନୀଙ୍କୁ ନିଯୋଜିତ କରାଯିବା ସହ ବିଡିଓ ତହସିଲଦାର ମାନଙ୍କୁ ନଜର ରଖିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦାୟ 179 ଟି ବାତ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ,, ରନ୍ଧା ଖାଦ୍ୟ,, ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ,,ମେଡିସିନ୍ ରଖିବାକୁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସମୁଦ୍ର ଉପକୂଳବର୍ତ୍ତୀ ତଳିଆ ଅଞ୍ଚଳର ଲୋକମାନଙ୍କୁ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଇପାରିବ ସେନେଇ ବିଡିଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଅତରିକ୍ତ ଜିଲ୍ଲାପାଳ କହିଛନ୍ତି। ସେପଟେ ପରିବାର କଳାବଜାରୀ ଅର୍ଥାତ ଚଢାଦରକୁ ରୋକିବା ପାଇଁ ଏକ ସ୍ୱକାର୍ଡ ଗଠନ କରାଯାଇଥିବା ଅତରିକ୍ତ ଜିଲ୍ଲାପାଳ କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ପ୍ରଭାବ ରେ ଅଶାନ୍ତ ରହିଛି ପୁରୀ ସମୁଦ୍ର l ପର୍ଯ୍ୟଟକ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଇଫ ଗାର୍ଡ ଙ୍କ ଦ୍ୱାରା ସମସ୍ତ ଙ୍କୁ ସଚେତନ କରାଯାଉଛି l ସାଇରନ ଦେଇ ଲାଇଫ ଗାର୍ଡ ମନେ ପର୍ଯ୍ୟଟକ ଙ୍କୁ ସମୁଦ୍ର ମଧ୍ୟ କୁ ନ ଯିବା ଲାଗି ସଚେତନ କରାଉଛନ୍ତି l ଆଉ କିଛି ସମୟ ମଧ୍ୟରେ ସମୁଦ୍ର  ଗାଧୋଇବା ସମ୍ପୂର୍ଣ ବାରଣ କରାଯିବ ବୋଲି ସୂଚନା ରହିଛି l ସେପଟେ ବାତ୍ୟା ଖବର ଶୁଣି ଆଶା ଆଶଙ୍କା ରେ ସମୁଦ୍ର କୂଳ ରେ ବେପାର କରୁଥିଵା ଲୋକେ l ଭୟ ରେ ଏବେ ଫୋଟ ଗ୍ରାଫର ଙ୍କ ଠାରୁ ଆରମ୍ଭ କରି ଅଟୋ ଚାଳକ ଓ ଛୋଟ ମୋଟ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ l

ଅନ୍ୟ ପଟେ କିଛି ପର୍ଯ୍ୟଟକ ବାତ୍ୟା ର ମଜା ନେବା ପାଇଁ ପୁରୀ ଆସୁଥିବା ଦେଖିବାକୁ ମିଳୁଛି |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *